ରାମ ଭକ୍ତଙ୍କ ପାଇଁ ଅଯୋଧ୍ୟାରୁ ଏମିତି ଅନୁରୋଧ
ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମ ମନ୍ଦିରର ଗର୍ଭଗୃହ କାମ ପ୍ରାୟତଃ ଶେଷ ହୋଇଗଲାଣି। ଏବେ ଅଯୋଧ୍ୟାର ଭିତ୍ତିଭୂମି ବଦଳାଇବାକୁ ପ୍ରୟାସ ଚାଲିଛି। କାରଣ ଆସନ୍ତା ମାସରେ ଭବ୍ୟ ରାମ ମନ୍ଦିରର ଉଦଘାଟନ ହେବ।
ଜାନୁଆରୀ ୨୨ରେ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଉକ୍ତ ଐତିହାସିକ ଦିନର ମୁକସାଖୀ ବନିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଅଯୋଧ୍ୟା ଯିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଜାନୁଆରୀ ୨୨ରେ ଶ୍ରଦ୍ଧାଳୁମାନେ ଆଦୌ ଅଯୋଧ୍ୟା ଆସନ୍ତୁ ନାହିଁ ବୋଲି ରାମ ମନ୍ଦିର ଟ୍ରଷ୍ଟର ସମ୍ପାଦକ ଚମ୍ପତ ରାୟ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
ତାଙ୍କ କହିବା କଥା ଯେ ଜାନୁଆରୀ ୨୨ ତାରିଖ ମଧ୍ୟାହ୍ନ ୧୨ଟାରେ ପ୍ରାଣ ପ୍ରତିଷ୍ଠା ସମାରୋହ ଆରମ୍ଭ ହେବ। ଏଥିପାଇଁ ଗର୍ଭଗୃହ ପ୍ରସ୍ତୁତ ହୋଇ ସାରିଛି। କିନ୍ତୁ ମନ୍ଦିରକୁ ସଂପୂର୍ଣ୍ଣ ରୂପେ ଶେଷ କରିବାକୁ ଆଉ ୨ ବର୍ଷ ସମୟ ଲାଗିବ। ଏବେ ବି ମନ୍ଦିରର ଅନେକ କାମ ବାକି ରହିଛି। ପ୍ରାଣ ପ୍ରତିଷ୍ଠା ପରେ ମଧ୍ୟ ମନ୍ଦିର କାମ ଜାରି ରହିବ। କାମ ଶେଷ ହେବାକୁ ପ୍ରାୟ ୨ ବର୍ଷ ସମୟ ଲାଗିବ ବୋଲି ସେ କହିଛନ୍ତି।