ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ ପୂର୍ବରୁ ଆସିଲା ଏମିତି ଧମକ

0

ମୁମ୍ବାଇ: ଆଜି ମହାରାଷ୍ଟ୍ରର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ କ୍ରିକେଟ୍‌ ବିଶ୍ବକପ୍‌ ସେମି-ଫାଇନାଲ୍‌ ମ୍ୟାଚ୍‌ ହେବା ପୂର୍ବରୁ ‘ଏକ୍ସ୍‌’ରେ ମୁମ୍ବାଇ ପୁଲିସ ନିକଟକୁ ଧମକ ବାର୍ତ୍ତା ଆସିଥିବା କଥା ‘ଟାଇମ୍‌ସ୍‌ ନାଓଁ’ ରିପୋର୍ଟ କରିଛି। ଗୋଟାଏ ପିସ୍ତଲ, ହାତ ଗ୍ରେନେଡ୍‌ (ବୋମା) ଓ ଗୁଳି ଫଟୋ ସମେତ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ ହୋଇଥିବା ଏହି ଧମକ ବାର୍ତ୍ତାରେ ମୁମ୍ବାଇ ପୁଲିସକୁ ‘ଟ୍ୟାଗ୍‌’ କରାଯାଇଛି। ବାର୍ତ୍ତାରେ ଲେଖା ଯାଇଛି: ମ୍ୟାଚ୍‌ ବେଳେ ନିଆଁ ଲଗାଇ ଦେବୁ।

ଏହି ଧମକର ମୁକାବିଲା କରିବାକୁ ଯାଇ ମୁମ୍ବାଇ ପୁଲିସ ସୁରକ୍ଷା ବୃଦ୍ଧି କରିବାକୁ ଯାଇ କେବଳ ୱାଙ୍ଖେଡ଼େ ଷ୍ଟାଡିୟମ୍‌ ନୁହେଁ ତା’ର ଚତୁଃପାର୍ଶ୍ବସ୍ଥ ଅଞ୍ଚଳରେ ମଧ୍ୟ କଡ଼ା ପହରା ବ୍ୟବସ୍ଥା କରିଛି।

ଧମକ ବାର୍ତ୍ତା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ମିଳି ନ ଥିବାରୁ ବାର୍ତ୍ତାର ସତ୍ୟତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। କିନ୍ତୁ, ପୁଲିସ କର୍ତ୍ତୃପକ୍ଷ ଏଭଳି ବାର୍ତ୍ତା ଉପରେ ଗୁରୁତ୍ବାରୋପ କରି ଖେଳାଳି, ଦର୍ଶକ ଓ ସର୍ବସାଧାରଣଙ୍କ ସୁରକ୍ଷା ପ୍ରତି ସୁନିଶ୍ଚିତ ହେବାକୁ ଅତିରିକ୍ତ ସୁରକ୍ଷା କର୍ମଚାରୀ ମୁତୟନ କରିଛି। ଏଭଳି ବାର୍ତ୍ତା କିଏ ପଠାଇଛନ୍ତି, ତାଙ୍କୁ ଚିହ୍ନଟ କରି ଗିରଫ କରିବା ଲାଗି ମୁମ୍ବାଇ ପୁଲିସ ଅତି ତତ୍ପର ହୋଇ ତଦନ୍ତ ଚଳାଇଛି।

Leave A Reply

Your email address will not be published.