ନବୀନ ନିବାସ ସାମ୍ନାରେ ଗୋଟିଏ ପରିବାରର ୬ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ

0

ଭୁବନେଶ୍ୱର (ଆମ ଟିଭି): ମିଳିଲାନି ନ୍ୟାୟ । ଶେଷରେ ନ୍ୟାୟ ପାଇଁ ଆପଣାଇଲେ ଆତ୍ମହତ୍ୟା ପନ୍ଥା । ନ୍ୟାୟ ପାଇଁ ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କଲେ ଗୋଟିଏ ପରିବାରର ୬ ସଦସ୍ୟ। ପୁଅର ହତ୍ୟାକାରୀଙ୍କୁ ପୁଲିସ ଗିରଫ କରୁନଥିବାରୁ ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି ପୁରାପରିବାର ।

୨୦୨୨ରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଦୈତ୍ୟରାଜ୍ ନାୟକ ନାମକ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ପୁଲିସ ଗତ ୧୫ ତାରିଖରେ ଅଶୋକ ଜେନା ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି । ପୂର୍ବରୁ ମାମଲାରେ କାହାରିକୁ ଗିରଫ କରୁ ନ ଥିଲା ପୁଲିସ । ତେବେ ବାରମ୍ବାର ପରିବାର ଲୋକଙ୍କ ଧାରଣା ପରେ ଅଭିଯୁକ୍ତ ଅଶୋକ ଜେନାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ। ମାତ୍ର ଅନ୍ୟ ଅଭିଯୁକ୍ତଙ୍କୁମାନେ ଏବେବି ବାହାରେ ବୁଲୁଥିବା ଅଭିଯୋଗ କରିଛନ୍ତି ପରିବାର ସଦସ୍ୟ। ପୁଲିସ୍‌ ସେମାନଙ୍କୁ ଗିରଫ କରୁ କରିବାରେ ବିଫଳ ହୋଇଛି । ତେଣୁ ତୁରନ୍ତ ସେମାନଙ୍କ ଗିରଫଦାରୀ ନିମନ୍ତେ ଦାବି କରି ପରିବାର ସଦସ୍ୟ ଆଜି ନବୀନ ନିବାସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହାପରେ ପୁଲିସ୍‌ ସମସ୍ତଙ୍କୁ ଉଠାଇ ନେଇଛି।

Leave A Reply

Your email address will not be published.