ଜୁନ୍ ୧୦ ତାରିଖ ଆଓ ନେକ୍ସ୍ଟ ଓଟିଟି ଡିଜିଟାଲ ପ୍ଲାଟଫର୍ମରେ ‘ସୁକ ଭାଇର ସୋଲେ’

0

ଭୁବନେଶ୍ୱର (ଆମ ଟିଭି):କୌସ୍ତଭ ଡ୍ରିମ୍ ୱ।ର୍କ୍ସ ବ୍ଯାନ୍ନରରେ ତିଆରି ଓଡିଆ ଫିଲ୍ମ ‘ସୁକ ଭାଇର ସୋଲେ’ ସାରା ଓଡ଼ିଶାରେ ଏବେ ଚର୍ଚାରେ ଅଛି ଆଉ କାରଣ ହେଉଛି ଫିଲ୍ମର ନାଁ ହେଲେ ଫିଲ୍ମର କାହାଣୀ ସମ୍ପୂର୍ଣ ଅଲଗା | ସ୍ନେହାସିସ ଦାସଙ୍କ ନିର୍ଦ୍ଦେଶନାରେ ‘ସୁକ ଭାଇର ସୋଲେ’ ରିଲିଜ୍ ହେଉଛି ଆସନ୍ତା ୧୦ ତାରିଖ ଆଓ ନେକ୍ସ୍ଟ ଓଟିଟି ଡିଜିଟାଲ ପ୍ଲାଟଫର୍ମରେ | ଓଡ଼ିଶାର ଗଞ୍ଜାମ ଜିଲ୍ଲାର ସୁକ ଭାଇ ଠାରୁ ଆରମ୍ଭ କାହାଣୀ ଆଉ ଶେଷ, ତାହା କେବଳ ଫିଲ୍ମ ଦେଖିଲେ ଜାଣିପାରିବେ କାରଣ ସୁକଭାଇ ଛୋଟବେଳୁ ‘ଜୟ’ର ଜୀବନିରୁ ପ୍ରେରିତ ତେଣୁ ସବୁବେଳେ ନିଜଭିତରେ ସେ ‘ଜୟ’କୁ ଦେଖେ ଓ ନିଜ ପରିପାର୍ଶ୍ଵକୁ ସେହି ଚରିତ୍ରର ଜୀବନୀ ପରି ଗଢିବାକୁ ଚେଷ୍ଟା କରେ |

କୌଶିକ ଦାସ ଓ ରାମ ପଟ୍ଟନାୟକ ପ୍ରାୟଯୋଜିତ ଫିଲ୍ମର ମୁଖ୍ୟ ଚରିତ୍ର ସୁକ ଭାଇ ଫିଲ୍ମ ପାଇଁ ପାଗଳ ଓ ଅମିତାଭ ବଚ୍ଚନଙ୍କ ବହୁତ ବଡ଼ ପ୍ରସଂଶକ ଓ ସେଥିପାଇଁ ନିଜେ ଅମିତାଭଙ୍କ ପାଇଁ ଆଉ ଏକ ପ୍ରକାରର ଫିଲ୍ମ ନିଜ ସାଙ୍ଗମାନଙ୍କ ସହ ମିଶି ମଧ୍ୟ ମଝିରେ ମଝିରେ ସୁଟିଂ କରେ | ସୁକ ଭାଇ ନିଜ ଗାଁର ଜଣେ ଅଳ୍ପ ବୟସ୍କ, ବିଧବା ଲକ୍ଷ୍ମୀକୁ ଭଲ ପାଇ ବସିଛି ହେଲେ ଏହି ପ୍ରେମ ମଝିରେ ଆସିଛି ଖଳନାୟକ ରସିଦ ଖାନ୍ ଓ ସେପଟେ ସୁକ ଭାଇ ହରାଇଛି ନିଜ ବାପାକୁ | ତେବେ ଆଗକୁ କଣ ହେବ ? କିଏ ମାରିଲା ସୁକ ଭାଇର ବାପାକୁ ? ସୁକ ଭାଇକୁ କ’ଣ ଲକ୍ଷ୍ମୀ ମିଳିଛି ? ଏମତି ସୁବୁ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମ ଶେଷରେ |

ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ସତ୍ୟରଞ୍ଜନ, ଅନୁଭା ସୌର୍ଯ୍ୟା, ସୁକାନ୍ତ ରଥ, ଜୟପ୍ରକାଶ ଦାଶ, ଧରିତ୍ରୀ ଖଣ୍ଡୁଆଳ ଓ ଅନ୍ୟମାନେ | ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମିଶ୍ର ଦେଇଥିବା ବେଳେ ଗୀତଗୁଡିକ ଆମର ମ୍ୟୁଜିକ ଲେଭଲରେ ରିଲିଜ୍ ହୋଇଛି | ଫିଲ୍ମ ଟି ସମ୍ପୂର୍ଣ ନୂଆ କନସେପ୍ଟ ରେ ତିଆରି ତେଣୁ ଓଡିଆ ଦର୍ଶକଙ୍କ ମନକୁ ନିଶ୍ଚିତ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ଆଶା ପୋଷଣ କରିଛି |

Leave A Reply

Your email address will not be published.