ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ଆଜି ସବୁଠୁ ଉତପ୍ତ ସହର ହେଉଛି ଝାରସୁଗୁଡ଼ା
ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ସକାଳ ୭ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହୋଇଥିଲା। ଦିନ ୨ଟା ୩୦ ବେଳକୁ ମାତ୍ରାଧିକ ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିଲା। ଝାରସୁଗୁଡ଼ାରେ ଏହି ସମୟରେ ୪୨.୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା। ତାପମାତ୍ରା ଆଗାମୀ ୨ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।
ଝାରସୁଗୁଡା: ୪୨.୬ ଡ଼ିଗ୍ରି
ଭୁବନେଶ୍ୱର: ୪୨.୨ ଡ଼ିଗ୍ରି
ସମ୍ବଲପୁର: ୪୨.୨ ଡ଼ିଗ୍ରି
କେନ୍ଦୁଝର:୪୧.୦ ଡ଼ିଗ୍ରି
ହୀରାକୁଦ: ୪୧.୦ ଡ଼ିଗ୍ରି
ଚାନ୍ଦବାଲି: ୪୦.୮ଡ଼ିଗ୍ରି
ବାଲେଶ୍ୱର: ୩୫.୮ ଡ଼ିଗ୍ରି
ପୁରୀ: ୩୪.୫ ଡ଼ିଗ୍ରି
ଗୋପାଳପୁର:୩୩.୬ ଡ଼ିଗ୍ରି
ପାରାଦୀପ:୩୨.୮ ଡ଼ିଗ୍ରି
ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ୭ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଆଲର୍ଟ ଜାରି କରାଯାଇଛି। ସ୍ୱାଭାବିକ ତାପମାତ୍ରାରୁ ଅଧିକ ତାପମାତ୍ରା ସହ ଗୁଳୁଗୁଳି ରହିବ। ବାୟୁମଣ୍ଡଳ ଉପରି ଭାଗରେ ଏକ ଗୁରୁଚାପ ବଳୟ ରହିଛି, ଫଳରେ ଶୁଷ୍କ ବାୟୁ ରାଜ୍ୟକୁ ପ୍ରବେଶ କରୁଛି। ଆସନ୍ତା ୩ ଦିନ ଏଭଳି ତାପମାତ୍ରା ଅଧିକ ରହିବ। ଏଣୁ ଉଚ୍ଚ ତାପମାତ୍ରା ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ବର୍ଷାର ବିଶେଷ ସମ୍ଭାବନା ନାହିଁ। ୩ ଦିନ ପରେ ହୋଇପାରେ ବର୍ଷା। ଆସନ୍ତା ୨୧ ଓ ୨୨ ତାରିଖରେ କାଳବୈଶାଖୀ ବର୍ଷା ବଢିବ। ଉପକୂଳରେ ଉଚ୍ଚ ତାପମାତ୍ରା ସହ ଗୁଳୁଗୁଳି ରହିବ। ଏଣୁ ଅଧିକ କଷ୍ଟ ଅନୁଭୂତ ହେବ ବୋଲି ଜଣାଯାଇଛି।