କେଜ୍ରିୱାଲଙ୍କ ପତ୍ନୀଙ୍କୁ ସମନ: ଜାଣନ୍ତୁ କାହିଁକି?

0

ନୂଆଦିଲ୍ଲୀ (ଆମ ଟିଭି): କେଜ୍ରିୱାଲଙ୍କ ପରେ ବଢିଲା ତାଙ୍କ ପତ୍ନିଙ୍କ ଅଡ଼ୁଆ । ରାଜଧାନୀ ଦିଲ୍ଲୀର ଏକ କୋର୍ଟ ଦୁଇଟି ବିଧାନସଭା ଆସନର ମତଦାନ ସୂଚୀରେ ନିଜର ନାମ ଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଙ୍କ ପତ୍ନୀ ସୁନିତା କେଜରିଓ୍ବାଲଙ୍କୁ ସମନ ଜାରି କରିଛନ୍ତି। ସୁନିତା ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ମହାନଗର ନିଗମ ମାଜିଷ୍ଟ୍ରେଟ ଅରଜିନ୍ଦର କୌର ନଭେମ୍ବର ୧୮ରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ହରିଶ ଖୁରାନାଙ୍କ ଆବେଦନ ଉପରେ ସୁନୀତା କେଜରିୱାଲଙ୍କୁ ଅଭିଯୁକ୍ତ ଭାବେ ଡକାଇଛନ୍ତି। ଭାଜପା ନେତା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ପତ୍ନୀ ଲୋକ ପ୍ରତିନିଧୀ ନିୟମର ଉଲ୍ଲଂଘନ କରିଛନ୍ତି।

ଅଗଷ୍ଟ୨୯ରେ ଏହି ମାମଲାରେ ପାସ ହୋଇଥିବା ଏକ ଆଦେଶରେ କୋର୍ଟ କହିଛନ୍ତି, ‘ଅଭିଯୋଗକାରୀ ଏବଂ ଅନ୍ୟ ସାକ୍ଷୀଙ୍କ ସାକ୍ଷ୍ୟକୁ ବିଚାର କରିବା ପରେ, ଏହି ଅଦାଲତ ମତ ଦେଇଛନ୍ତି ଯେ ଅଭିଯୁକ୍ତ ସୁନୀତା କେଜରିୱାଲଙ୍କ ବିରୋଧରେ ଲୋକ ପ୍ରତିନିଧୀ ଅଧିନିୟମ ୧୯୫୦ ଧାରା ୩୧ ଅନୁଯାୟୀ ଦଣ୍ଡନୀୟ ଅପରାଧ ପାଇଁ ଏକ ପ୍ରିମା ଫେସ ମାମଲା ଅଛି।

 

Leave A Reply

Your email address will not be published.