ଇସ୍ରୋଏଲରେ ପହଞ୍ଚିଲେ ସୁନକ
ନୂଆଦିଲ୍ଲୀ :ବ୍ରିଟିଶ ପ୍ରଧାନମନ୍ତ୍ରୀ ୠଷି ସୁନକ ଇସ୍ରାଏଲରେ ପହଞ୍ଚିଛନ୍ତି । ସେ ଏଠାରେ ତାଙ୍କ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଭେଟିବେ । ଏହି ସମୟ ମଧ୍ୟରେ ସେମାନେ ଗାଜାକୁ ଶୀଘ୍ର ମାନବିକ ସହାୟତା ପ୍ରଦାନ କରିବେ ବୋଲି ଆଶା କରାଯାଉଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗସ୍ତର ଗୋଟିଏ ଦିନ ପରେ ସୁନାକଙ୍କ ଏହି ଗସ୍ତ ଆସିଛି । କାରଣ ବାଇଡେନ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ସୁନକଙ୍କ ପରି ବିଶ୍ୱସ୍ତରୀୟ ନେତାମାନେ ହାମାସ ସହିତ ଇସ୍ରାଏଲର ବିବାଦର ନିଆଁ ଯେପରି ବ୍ୟାପକ ନହୁଏ ସେଥିପାଇଁ ଚେଷ୍ଟା କରୁଛନ୍ତି । ନଚେତ୍ ଏହା ଏକ ବଡ ଯୁଦ୍ଧରେ ପରିଣତ ହୋଇପାରେ ।