ମହାକାଶରୁ ବିଶ୍ୱବାସୀଙ୍କୁ ସମ୍ବୋଧିତ କରିବେ ସୁନିତା ୱିଲିୟମ୍ସ; ଭାରତୀୟ ସମୟ ରାତି ୮.୩୦ରେ ନାସା ଅଫିସିଆଲ ୱେବସାଇଟରେ ହେବ ସିଧା ପ୍ରସାରଣ

0

ନୂଆଦିଲ୍ଲୀ(ଆମ ଟିଭି):  ମହାକାଶରୁ ବିଶ୍ବବାସୀଙ୍କୁ ସମ୍ବୋଧିତ କରିବେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ। ଭାରତୀୟ ସମୟ ରାତି ୮ଟା ୩୦ ସମୟରେ ସୁନୀତା ୱିଲିୟମ୍ସ ମହାକାଶରୁ ନିଜର ବାର୍ତ୍ତା ରଖିବା ସହ ମିଶନ ସର୍ମ୍ପକରେ ଅଧିକ ସୂଚନା ଦେବେ। ସୁନୀତା ୱିଲିୟମ୍ସଙ୍କ ସହ ତାଙ୍କ ସହଯୋଗୀ ବଚ୍ ୱିଲମୋରଙ୍କ ଜୁନ୍ ୫ ତାରିଖରେ ଏକ ୧୦ ଦିନିଆ ମିଶନରେ ମହାକାଶକୁ ଯାତ୍ରା କରିଥିଲେ।

ତେବେ କେତେକ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ଦୁଇ ମହାକାଶଚାରୀ ବର୍ତ୍ତମାନ ପର୍ୟ୍ୟନ୍ତ ପୃଥିବୀ ପୃଷ୍ଠକୁ ଫେରିପାରୁନାହାଁନ୍ତି। ଏଥିପାଇଁ ଆହୁରି ବିଳମ୍ବ ହେବାନେଇ ମଧ୍ୟ ଆଶଙ୍କା ଦେଖାଦେଇଛି। ଏହାରି ମଧ୍ୟରେ ଆଜି ମହାକାଶରୁ ବିଶ୍ବବାସୀଙ୍କୁ ସମ୍ବୋଧିତ କରିବେ ସୁନୀତା ୱିଲିୟମ୍ସ।

Leave A Reply

Your email address will not be published.