ନୂଆଦିଲ୍ଲୀ (ଆମ ଟିଭି): ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ ବୁଚ ୱିଲମୋରଙ୍କର ଫେରିବା ଆଶା କ୍ଷୀଣ । ମହାକାଶରେ ୯ ମାସ ଧରି ଫସିଥିବା ସୁନୀତା ଏବଂ ୱିଲମୋର ଖୁବଶୀଘ୍ର ଫେରି ଆସିବା ନେଇ ଆଶା କରାଯାଉଥିଲା । ଦୁହିଁଙ୍କୁ ଫେରାଇ ଆଣିବାକୁ ଲଞ୍ଚ ହେବାକୁ ଥିବା ଆମେରିକା ସ୍ପେସ୍ ଏଜେନ୍ସିଂର ରକେଟ୍ ଫେଲ୍ ହୋଇଛି । ଲଞ୍ଚ ହେବାକୁ ମାତ୍ର ଗୋଟିଏ ଘଣ୍ଟା ପୂର୍ବରୁ ହାଇଡ୍ରୋଲିକ ସିଷ୍ଟମ ଫେଲ ହୋଇଯାଇଥିବାରୁ ରକେଟ୍ ଲଞ୍ଚକୁ ସ୍ଥଗିତ ରଖାଯାଇଛି । ଫଳରେ ସୁନୀତା ୱିଲିୟମ୍ସଙ୍କ ଫେରିବା ବିଳମ୍ବ ହେବ । ମାର୍ଚ୍ଚ ୧୬ରେ ସୁନୀତା ଓ ୱିଲମୋର ବୁଚ୍ ମହାକାଶରୁ ଫେରିଥାନ୍ତେ ।
୯ ମାସ ଧରି ମହାକାଶରେ ଫସି ରହିଥିବା ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କ ଫେରିବାର ଥିଲା । ହେଲେ ଏବେ ସେଥିରେ ବିଳମ୍ୱ ହୋଇଛି । ଯାନ୍ତ୍ରିକ ଅସୁବିଧା ଯୋଗୁଁ କ୍ରୁ-୧୦ର ଲଞ୍ଚକୁ ସ୍ଥଗିତ ରଖାଯାଇଛି । ନାସା କହିଛି ଯେ, ହାଇଡ୍ରୋଲିକ୍ ସିଷ୍ଟମରେ ସମସ୍ୟା ଯୋଗୁଁ କ୍ରୁ-୧୦ର ଉତକ୍ଷେପକୁ ସ୍ଥଗିତ ରଖିବାକୁ ପଡିଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆଗ୍ରହୀ ଥିଲେ । ତେଣୁ ସ୍ପେସଏକ୍ସ ମାଲିକ ଏଲନ ମସ୍କଙ୍କୁ ବି ଦେଇଥିଲେ । ଟ୍ରମ୍ପ କିଛି ଦିନ ପୂର୍ବରୁ କହିଥିଲେ ଯେ, ବାଇଡେନ ସୁନୀତା, ୱିଲମୋରଙ୍କୁ ମହାକାଶରେ ଛାଡି ଦେଇଛନ୍ତି । ସେ ଏଲନ ମସ୍କଙ୍କ ସହ ଏ ବିଷୟରେ କଥା ହୋଇଛନ୍ତି ଶୀଘ୍ର ଫେରାଇ ଆଣିବାକୁ ଉଦ୍ୟମ କରିବେ । ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ଏହି ଦିଗରେ କାମ କରିବା ଆରମ୍ଭ କରିଥିଲା । କ୍ରୁ-୧୦ ଲଞ୍ଚ କରିବାକୁ ଯାଉଥିଲା । ହେଲେ ଯାନ୍ତ୍ରିକ ତ୍ରୁଟି ହେତୁ ଏହାର ଲଞ୍ଚକୁ ପୁଣି ଥରେ ସ୍ଥଗିତ ରଖାଯାଇଛି । ନାସା ଅନୁଯାୟୀ, ଏବେ କ୍ରୁ-୧୦ର ପରବର୍ତ୍ତୀ ଉତକ୍ଷେପଣ ଗୁରୁବାର ୧୭ ମାର୍ଚ୍ଚରେ ହୋଇପାରେ ।
ସୂଚନାଯୋଗ୍ୟ, ଗତ ବର୍ଷ ଜୁନ୍ ୫ ତାରିଖରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିଲେ ସୁନୀତା ଏବଂ ବୁଚ୍ । ତାଙ୍କର ଗୋଟିଏ ସପ୍ତାହ ପରେ ଫେରିବାର ଥିଲା, କିନ୍ତୁ ବୋଇଂ ଷ୍ଟାରଲାଇନରରେ ସମସ୍ୟା ଯୋଗୁଁ ସେ ସେଠାରେ ଫସି ରହିଲେ ।