ଜୀ ସାର୍ଥକରେ ଏଇ ନୂଆ ବର୍ଷରେ 11 ଜାନୁଆରୀ ସନ୍ଧ୍ୟା ୬:୩୦ ରେ ୱାର୍ଲଡ ଟିଭି ପ୍ରିମିଅର ହେବ ସୁପରହିଟ୍ ଓଡ଼ିଆ ଫିଲ୍ମ “ଚ୍ୟାଲେଞ୍ଜ”
ଦଶହରା ଉପଲକ୍ଷେ ବଡ଼ ପରଦାରେ ମୁକ୍ତିଲାଭ କରିଥିଲା ଓଡ଼ିଆ ଫିଲ୍ମ “ଚ୍ୟାଲେଞ୍ଜ” ଯାହା ସାରା ଓଡ଼ିଶାରେ ବେଶ୍ ଲୋକାଦୃତ ହେବ ସହ ସୁପରହିଟ୍ ଡୁପରହିଟ୍ ଫିଲ୍ମର ମାନ୍ୟତା ପାଇଥିଲା l
ଏହି ଫିଲ୍ମ ଆସନ୍ତା 11 ଜାନୁଆରୀ ସନ୍ଧ୍ୟା ୬:୩୦ ରେ ଏଇ ନୂଆ ବର୍ଷରେ ଜୀ ସାର୍ଥକରେ ପ୍ରସାରିତ ହେବାକୁ ଯାଉଛି l ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ବଡ଼ ବଜେଟର ଓଡ଼ିଆ ଚଳଚ୍ଚିତ୍ର ଚ୍ୟାଲେଞ୍ଜରେ ରିଅଲ୍ ଷ୍ଟାର ଅର୍ଦ୍ଧେନ୍ଦୁ ସାହୁଙ୍କ ଆକ୍ସନ ସାଙ୍ଗକୁ ଚୁଲବୁଲି ଏଲିନା ସାମନ୍ତରାୟଙ୍କ ସହିତ ପ୍ରେମ କାହାଣୀ ଦର୍ଶକଙ୍କୁ ଢେର ମନୋରଞ୍ଜନ ଯୋଗାଇଥିଲା l ସମସ୍ତଙ୍କର ପ୍ରିୟ ଆଲବମ କୁଇନ୍ ଲିପି ଓ ପୁପିଙ୍କ ଜାଇଫୁଲ ଯୋଡିକୁ ଦର୍ଶକ ଢେର ଭଲ ପାଇବା ମଧ୍ୟ ଦେଇଥିଲେ l ପୁରା ଓଡ଼ିଶାରେ ମୁକ୍ତିଲାଭ ଏହି ଫିଲ୍ମ ପ୍ରାୟ ୫୦ଟି ପ୍ରେକ୍ଷାଳୟରେ ୧୦୦୦ଟି ଶୋ’ ରୁ ଅଧିକ ଚାଲିଥିଲା l ସାଇ କିରଣ ମଙ୍ଗରାଜଙ୍କ ନିର୍ଦ୍ଦେଶିତ ଓ ମାନସ ପଢ଼ିଆରୀଙ୍କ କାହାଣୀ ଓ ସଂଳାପରେ ଅନେକ ଅଭିଜ୍ଞ କଳାକାର ଅଭିନୟ କରିଛନ୍ତି l ଅଭିନେତା ରବି ମିଶ୍ର, ପୃଥ୍ଵୀରାଜ ନାୟକ, ରତନ ମେହେର, ହରିହର ମହାପାତ୍ର, ଶକ୍ତି ବରାଳ, ମାମୁନି ମିଶ୍ର, ସନ୍ତୁ ନିଜେ, ଭକ୍ତି ଓ ବିଭାସ ପ୍ରମୁଖ ଅଭିନୟ କରିଛନ୍ତି। ବଲିଉଡର ଖ୍ୟାତନାମା କଳାକାର ପୁନିତ ଇଶାର ଓରଫ ଦୁର୍ଯ୍ୟୋଧନ ପ୍ରଥମଥର ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିବାରୁ ଚ୍ୟାଲେଞ୍ଜ ଦେଖିବାକୁ ଦର୍ଶକଙ୍କର ବହୁତ ଆଗ୍ରହ ରହିଥିଲା l ସୁପର ଆକ୍ସନ, ଭରପୁର ଫାମିଲି ଡ୍ରାମା ସାଙ୍ଗକୁ ଜବରଦସ୍ତ ଗୀତ ଆଉ ନାଚର ମଜା ନେଇଥିଲେ ଦର୍ଶକ l ପ୍ରତ୍ୟେକ ନାଚରେ ପାରମ୍ପରିକ ଓଡ଼ିଆ କଳା ଓ ପରମ୍ପରାକୁ ସ୍ଥାନ ଦିଆଯାଇଥିଲା l ଚ୍ୟାଲେଞ୍ଜ ଚଳଚ୍ଚିତ୍ରର ଥିବା ଗୀତ ଗୁଡିକୁ ଗୌରବ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ l ସମସ୍ତ ଗୀତଗୁଡିକୁ ଅମିତ ନାୟକ ନୃତ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ଦୁଲଦୁଲି ଏବଂ ଭାଙ୍ଗ ଗୀତ ବେଶ ଚହଳ ସୃଷ୍ଟି କରିଥିଲା l
ତେବେ ସେହି ସୁପରହିଟ ଚଳଚ୍ଚିତ୍ର ଚ୍ୟାଲେଞ୍ଜକୁ ଦର୍ଶକ ଅତି ନିକଟରୁ ଟିଭି ପରଦାରେ ଦେଖି ନିଶ୍ଚୟ ଭରପୁର ମନୋରଞ୍ଜନ ପାଇବେ ବୋଲି ଜୀ ସାର୍ଥକ ଚ୍ୟାନେଲ ମୁଖ୍ୟ ଶ୍ରୀ ରାହୁଲ ରାଓ ପ୍ରକାଶ କରିଛନ୍ତି l