ସୁପରଷ୍ଟାର ଅନୁଭବ ମହାନ୍ତି ଦେଖିଲେ “ରଙ୍ଗଶୁର”*

0

ଆମ ମାଟିର ଐତିହ୍ୟ, କଳା, ସଂସ୍କୃତି ଓ ପରମ୍ପରାକୁ ହୃଦୟରୁ ଭଲ ପାଉଥିବା ଜଣେ ମଣିଷ ତଥା ଓଲିଉଡ଼ର ସୁପରଷ୍ଟାର ଭାବେ ପରିଚିତ ଅନୁଭବ ମହାନ୍ତି ଓଡ଼ିଆ ଚଳଚ୍ଚିତ୍ର ରଙ୍ଗଶୁର ଦେଖି ଖୁବ ପ୍ରଶଂସା କରିଛନ୍ତି l ଆମ ମାଟିର ଲୋକ କଳାକୁ ନେଇ ଏତେ ସୁନ୍ଦର ପରିକଳ୍ପନାରେ ଏତେ ଉଚ୍ଚ କୋଟିର ସିନେମା ନିର୍ମାଣ ହୋଇପାରେ ତାହା ରଙ୍ଗଶୁର ଚଳଚ୍ଚିତ୍ର ଏକ ଉଦାହରଣ ବୋଲି ପ୍ରକାଶ କରିଥିଲେ l ବାଘ ନାଚ ବିଲୁପ୍ତ ହେବାକୁ ଯାଉଥିବା ବେଳେ ପ୍ରଯୋଜକ ଏବଂ ନିର୍ଦ୍ଦେଶକଙ୍କ ପରିକଳ୍ପନାକୁ ସାବାସୀ ଜଣାଇଥିଲେ l ଚଳଚ୍ଚିତ୍ରଟି କେବଳ ମନୋରଞ୍ଜନ ପାଇଁ ନୁହେଁ ବରଂ ଅନେକ ସମାଜକୁ ଅନେକ ଶିକ୍ଷଣୀୟ ବାର୍ତ୍ତା ଦେଇଥିବା କଥା ମଧ୍ୟ କହିଥିଲେ l ରଙ୍ଗଶୁର ଏକ ମୌଳିକ କାହାଣୀ, କୌଣସି ଚଳଚ୍ଚିତ୍ରର ଅନୁକରଣ ନୁହେଁ ତେଣୁ ପ୍ରତିଟି ଓଡ଼ିଆ ରଙ୍ଗଶୁର ଦେଖିବା ଉଚିତ ବୋଲି କହିଥିଲେ l ରଙ୍ଗଶୁରରେ ଯେତିକି କଳାକାର ଅଭିନୟ କରିଛନ୍ତି ସମସ୍ତଙ୍କର ଅଭିନୟ ଜୀବନ୍ତ ଲାଗୁଥିବା କଥା ମଧ୍ୟ କହୁଥିଲେ l

ଓଡିଶା ମାଟିର ଆହୁରି ଅନେକ ନିଜସ୍ୱ କାହାଣୀ ରହିଛି ତେଣୁ ଆଗାମୀ ଦିନମାନଙ୍କରେ ରଙ୍ଗଶୁର ଭଳି ସିନେମା ବହୁ ମାତ୍ରାରେ ନିର୍ମାଣ କରନ୍ତୁ ବୋଲି ସେ ମତ ଦେଇଥିଲେ l ତାଙ୍କ ସହିତ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ନିର୍ଦ୍ଦେଶକ ପ୍ରତାପ ରାଉତ, ଅଭିନେତା ସମରେଶ ରାଉତରାୟ, ଜିତୁ ମଙ୍ଗରାଜ, ଅଭିନେତ୍ରୀ ସୂର୍ଯ୍ୟମୟୀ, ଶୁଭଶ୍ରୀ ଏବଂ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଏକାଠି ବସି ରଙ୍ଗଶୁର ଦେଖିଥିଲେ l

Leave A Reply

Your email address will not be published.