ଦଶହରାରେ ସୁପରଷ୍ଟାର ଅରିନ୍ଦମଙ୍କ ଧମାକାଦାର କମ୍ ବ୍ୟାକ୍

0

ଭୁବନେଶ୍ବର (ଆମ ଟିଭି): ରତ୍ନା ଫିଲ୍ମ ବ୍ୟାନର ର ଚତୁର୍ଥ ଅବଦାନ ତଥା ସୁପରଷ୍ଟାର ଅରିନ୍ଦମ ରୟ ଙ୍କ ପ୍ରଯୋଜନା ରେ ଦଶହରା ରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ରର ଶୁଭ ମହୁରତ ସହିତ କ୍ଳାପ୍ କଟକ ପ୍ରେସ୍ ଛକ ନିକଟସ୍ଥ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସର ରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l ସୁପରଷ୍ଟାର ଅରିନ୍ଦମ ଦୀର୍ଘ ବର୍ଷ ର ନୀରବତା ପରେ ଏକ ନୂଆ ଧମାକାଧାର ଓଡ଼ିଆ ଚଳଚ୍ଚିତ୍ର ମାଧ୍ୟମରେ କମ୍ ବ୍ୟାକ୍ କରୁଛନ୍ତି l

ଅରିନ୍ଦମ ବାବୁ ଭାଇଜାନ୍ ପରେ କିଛିଦିନର ନିରବତା ଭଙ୍ଗ କରି ନୂଆଲୁକ୍ ନୂଆ କାହାଣୀ ସହ ଦଶହରାରେ ଧମାଲ୍ କରିବେ ବୋଲି ପ୍ରଶଂସକ ମହଲରୁ ଆଶା ପ୍ରକଟ କରାଯାଇଛି। ଚଳଚ୍ଚିତ୍ର ର ନିର୍ଦ୍ଦେଶନା ରେ ଅଶୋକ ପତି ଏବଂ ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱ ରେ ଭାରଦ୍ୱାଜ ପଣ୍ଡା ରହିଛନ୍ତି ।

ଫିଲ୍ମ ର ପରବର୍ତ୍ତୀ ପ୍ରେସ୍ ଇସ୍ତାହାର ରେ ଷ୍ଟାର କାଷ୍ଟ ତଥା ଫିଲ୍ମ ର ନାଁ ଘୋଷଣା କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛନ୍ତି l ଚଳଚ୍ଚିତ୍ରଟି ଦଶହରା ରେ ମୁଜ୍ତିଲାଭ କରିବା ପାଇଁ ସ୍ଥିର ହୋଇଥିବା ଯୋଗୁଁ ଚଳିତ ମାସରୁ ହିଁ ସୁଟିଙ୍ଗ ଆରମ୍ଭ ହେବା କୁ ସମସ୍ତ ପ୍ରସ୍ତୁତି ସରିଛି l ଚଳଚ୍ଚିତ୍ର ର ପ୍ରଚାର ପ୍ରସାର ରେ ମିଡ଼ିଆ ପ୍ଲାନର ର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି l

Leave A Reply

Your email address will not be published.