ଯୋଗାଣ ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣା; ଆଠଗଡ଼ରୁ ଭୁବନେଶ୍ୱର ଫେରିବାବେଳେ ଦୁର୍ଘଟଣା

0

କଟକ (ଆମ ଟିଭି): ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି, ହେଲେ ଅଳ୍ପକେ ବର୍ତ୍ତିଛନ୍ତି ମନ୍ତ୍ରୀ । କଟକ ବାରଙ୍ଗ ଥାନା ଷଣ୍ଢପୁର ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଛନ୍ତି ଯୋଗାଣ ମନ୍ତ୍ରୀ । ଆଠଗଡ଼ରୁ ଭୁବନେଶ୍ୱର ଫେରିବା ବେଳେ ଗାଡ଼ି ଦୁର୍ଘଟଣା ହୋଇଛି ।

ଗାଡ଼ି ଠିଆ ହୋଇଥିବା ସମୟରେ ଆଉ ଏକ ଗାଡ଼ି ଆସି ଧକ୍କା ଦେଇଥିଲା ।  ଅନୁଗୁଳ କାର୍ଯ୍ୟକ୍ରମ ବାତିଲ ହେବା ପରେ ଅଧାବାଟରୁ ଭୁବନେଶ୍ୱର ଫେରୁଥିଲେ ମନ୍ତ୍ରୀ । ତେବେ ଦୁର୍ଘଟଣାରେ ମନ୍ତ୍ରୀ ସୁରକ୍ଷିତ ଭାବେ ଭୁବନେଶ୍ୱର ଫେରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.