ଭୁବନେଶ୍ୱର (ଆମ ଟିଭି): ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ(ମୋ ସିନେମା) କୁ ଧିରେ ଧିରେ ଅଧିକରୁ ଅଧିକ ଓଲିଉଡ୍ ଇଣ୍ଡଷ୍ଟ୍ରୀରୁ ସମର୍ଥନ ମିଳିବାରେ ଲାଗିଛି।
ଆଜି ମୋ ସିନେମାର ସଦସ୍ୟମାନେ ଏକାଠି ହୋଇ ସିନେମା ଶିଳ୍ପରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟାକୁ କିଭଳି ସରକାରଙ୍କ ନିକଟରେ ସଠିକ୍ ଭାବେ ଉପସ୍ଥାପନ କରାଯିବ ଆଲୋଚନା ହୋଇଥିଲା।
ମୁଖ୍ୟତଃ ହଲ୍ ସମସ୍ୟା ,ବିତରକଙ୍କ ମନମାନି,ସିନେମା ଟିକଟରେ ରିହାତି,ସରକାରୀ ସବସିଡ୍ ର ସଂପୂର୍ଣ ନିୟମକୁ ପ୍ରଯୋଜକଙ୍କୁ ଅବଗତ କରିବା,ଭାଷାଗତ ସମସ୍ୟାକୁ ନେଇ ଉପୁଜିଥିବା ବିବାଦର ସମାଧାନ,ପ୍ରାଇମ୍ ଟାଇମ୍ ରେ ଓଡିଆ ଚଳଚ୍ଚିତ୍ରକୁ ସୋ ମିଳିବା ଉପରେ ସରକାରଙ୍କ ନିକଟରେ ଉପସ୍ଥାପନା ପାଇଁ ଆଲୋଚନା ହୋଇଥିଲା।
ଏହି ଅବସରରେ ଉପସ୍ଥିତ ସଦସ୍ୟମାନଙ୍କ ମିଳିତ ସହମତିରେ ଏକ ସ୍ବତନ୍ତ୍ର ଖସଡା ତିଆରି କରାଯାଇ ଓଡିଶା ଚଳଚ୍ଚିତ୍ର ନିଗମ ଓ ଶିଳ୍ପ ବିଭାଗ ସଚିବଙ୍କୁ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।
ଆଜିର ଏହି ସ୍ବତନ୍ତ୍ର ବୈଠକରେ ବରିଷ୍ଠ ପ୍ରଯୋଜକ ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର,ନିର୍ଦ୍ଦେଶକ ଅବତାର ସିଂ, ତାପସ ସରଘରିଆ,ବବି ଇସଲାମ୍ ,ବରିଷ୍ଠ ଅଭିନେତ୍ରୀ ମହେଶ୍ବତା ରାୟ,ବରିଷ୍ଠ କ୍ୟାମେରାମ୍ୟାନ୍ ନିରଞ୍ଜନ ଦାସ,ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ, ବିତରକ ଦେବାଶିଷ ସାମଲ,ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି,ସୁକାନ୍ତ ରଥ,ଅଖିଳ ପଟ୍ଟନାୟକ,ଓଲିଉଡ୍ କ୍ରିଏଟିଭ୍ ହେଡ୍ ଓ ମିଡିଆ ପ୍ଲାନର ପ୍ରଣୟ ଜେଠୀ,ପ୍ରଡକ୍ସନ ଡିଜାଇନର ମନୋଜ ସାହୁ, ଯୁବ ଶିଳ୍ପଦ୍ୟୋଗୀ ସଂଜୟ ପଟେଲ୍ ଓ ମନୋଜ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
ସରକାର ଓଡିଆ ଚଳଚ୍ଚିତ୍ର ଶିଳ୍ପରେ ଦେଖାଦେଇଥିବା ସମସ୍ୟାର ସମାଧାନ ଶିଘ୍ର କରିବାକୁ ମୋ ସିନେମାର ସଦସ୍ୟମାନେ ସଂପୂର୍ଣ ସହଯୋଗ କରିବେ ବୋଲି ମତ ପ୍ରକାଶ ପାଇଥିଲା।