ନଡା ଜାଳୁଥିବା ଲୋକଙ୍କ ପ୍ରତି କଠୋର ହେଲେ ସୁପ୍ରିମକୋର୍ଟ
ବଢ଼ୁଥିବା ପ୍ରଦୂଷଣକୁ ନେଇ ପୁଣି ଥରେ ଶକ୍ତ ହୋଇଛନ୍ତି ସୁପ୍ରିମକୋର୍ଟ। ନଡା ଜାଳି ଆଇନ ଉଲ୍ଲଙ୍ଘନ କରୁଥିବା ଲୋକଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ। ନଡା ଜାଳୁଥିବା ବ୍ୟକ୍ତିଙ୍କ ଏମ୍ଏସ୍ପି କାଟିବାକୁ କଡ଼ା ଭାଷାରେ ସୁପ୍ରିମକୋର୍ଟ କହିଛନ୍ତି।
ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ମାମଲାରେ ସୁପ୍ରିମକୋର୍ଟ ପୁଣିଥରେ ପ୍ରଦୂଷଣ ହ୍ରାସ କରିବାର ଆବଶ୍ୟକତା ରହିଛି ବୋଲି ଦୋହରାଇଛନ୍ତି। ଯେଉଁମାନେ ନଡ଼ା ପୋଡି ଆଇନ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ କାହିଁକି ଆର୍ଥିକ ସୁବିଧା ଦିଆଯିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି ସେମାନଙ୍କ ନାମରେ ମାମଲା ରୁଜୁ କରାଯିବା ସହ ଜରିମାନା ଲଗାଯାଉ। ଏଥିସହ ଏମାନଙ୍କୁ ଏମଏସପି ମଧ୍ୟ ଦିଅନାହିଁ। ନଡ଼ା ଜାଳୁଥିବା ଲୋକଙ୍କୁ ସମସ୍ତ ଆର୍ଥିକ ସହାୟତାରୁ ବଞ୍ଚିତ କରାଯାଉ ବୋଲି କୋର୍ଟ କହିଛନ୍ତି।