ସୁପ୍ରିମକୋର୍ଟଙ୍କ ଆଦେଶ: କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ

0

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କୁ କୋଭିଡ ଭ୍ୟାକସିନ ଯୋଗୁଁ ହୋଇଥିବା ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା କ୍ଷତି ପାଇଁ କ୍ଷତିପୂରଣ ନୀତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି, ଭ୍ୟାକସିନ୍ର କୁପ୍ରଭାବ ସମସ୍ତଙ୍କ ଉପରେ ପଡିଛି । ତେଣୁ ଏହାର ସଂଖ୍ୟା ବେଳେ ବେଳେ ସାର୍ବଜନିତ ହେବା ଜରୁରୀ । କୋର୍ଟ ଭିନ୍ନ ବିଶେଷଜ୍ଞ କମିଟି ଗଠନ କରିବା ଦାବିକୁ ମାନିନଥିଲେ । କୋଭିଡ ୧୯ ଭ୍ୟାକସିନର କୁପ୍ରଭାବ ଯୋଗୁଁ ହୋଇଥିବା ପ୍ରାଣହାନୀ ମାମଲାର ଯାଚିକା ଶୁଣାଣି ସମୟରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟରେ ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ସନ୍ଦୀପ ମେହତାଙ୍କ ବେଞ୍ଚର ଶୁଣାଣି କରିଥିଲେ । ଯାଚିକାରେ କୁହାଯାଇଛି କି, କୋଭିଡ ୧୯ ଭ୍ୟାକସିନ ପରେ ଏହାର ପ୍ରଭାବ ଯୋଗୁଁ ପ୍ରାଣ ହରାଇଥିବା ପରିବାରକୁ କ୍ଷତିପୂରଣ ଦିଆଯିବା ଜରୁରୀ । ଏବେ ଅଦାଲତ ଏହି ଯାଚିକାର ଶୁଣାଣି କରି କହିଛନ୍ତି, ଟୀକାକରଣ ପରେ ପଡିଥିବା କୁପ୍ରଭାବ ତଦାରଖ କରିବା ପାଇଁ ବ୍ୟବସ୍ଥା ଜାରି ରହିବ ।

କୋର୍ଟ କିଛି ଅଭିଭାବକଙ୍କ ଯାଚିକା ଉପରେ ଶୁଣାଣି କରି ଆଦେଶ ଜାରି କରିଛନ୍ତି । ଏଥିରେ ଦୁଇ ଝିଅ କୋଭିଡ ଭ୍ୟାକସିନ କୁପ୍ରଭାବ ଯୋଗୁଁ ଜୀବନ ଚାଲିଯାଇଥିଲା । ଯାଚିକାରେ କମିଟି ଗଠନ କରି ମ୍ତ୍ୟୁର ଯାଞ୍ଚ ଏବଂ ବ୍ୟବଚ୍ଛେଦ କରିବାର ଯାଞ୍ଚ ରିପୋର୍ଟ ଜାରି କରିବାକୁ ଦାବି କରାଯାଇଥିଲା । ଯାଚିକାରେ କୁହାଯାଇଥିଲା କି, ପୀଡିତାଙ୍କ ବାପାମାଙ୍କୁ କ୍ଷତିପୂରଣ ଦିଆଯିବା ସହିତ ଏଥିପାଇଁ ଗାଇଡଲାଇନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା କି, ବିପର୍ଯ୍ୟୟ ପରିଚାଳନା ତରଫରୁ ଏଭଳି ମ୍ତ୍ୟୁ ପାଇଁ କୌଣସି କ୍ଷତିପୂରଣକୁ ପଲିସି ନାହିଁ । ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କି, କୋଭିଡ ୧୯ ଭ୍ୟାକସିନ ନେବା ପରେ ଗମ୍ଭୀର କୁପ୍ରଭାବକୁ ନେଇ କ୍ଷତିପୂରଣ ନୀତି କରାଯାଉ । ଏହାସହିତ କୁପ୍ରଭାବ ମାମଲାକୁ ଦେଖି ବର୍ତ୍ତମାନର ବ୍ୟବସ୍ଥା ଜାରି ରହିଛି । ଏହାସହିତ ଜଡିତ ଜରୁରୀ ଡାଟା ମଧ୍ୟ ସାର୍ବଜନୀନ କରାଯାଇପାରିବ ।

Leave A Reply

Your email address will not be published.