ଦିଲ୍ଲୀ ପୋଲିସ ଉପରେ ବର୍ଷିଲେ ସୁପ୍ରିମକୋର୍ଟ,, ଜାଣନ୍ତୁ କାହିଁକି

0

ନୂଆଦିଲ୍ଲୀ :ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରନ ସିଂହଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍ ଏଫଆଇଆର ରୁଜୁ କରୁ ନ ଥିବାରୁ ଗର୍ଜିଛନ୍ତି ସୁପ୍ରିମ କୋର୍ଟ। ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଆଜି ଏହି ମାମଲାର ଶୁଣାଣି କରି ବ୍ରିଜ ଭୂଷଣଙ୍କ ବିରୋଧରେ କାହିଁକି ଏଫଆଇଆର ରୁଜୁ କରାଯାଉନି ବୋଲି ପ୍ରଶ୍ନ ପଚାରିଛନ୍ତି।

ଆଜି ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି କହିଛନ୍ତି ଅନ୍ତଃରାଷ୍ଟ୍ରୀୟ ଖେଳରେ ଭାରତର ପ୍ରତିନିଧିତ୍ୱ କରୁଥିବା ଖେଳାଳି ନିଜ ଆବେଦନରେ ଯୌନ ଉତ୍ପୀଡନର ଶିକାର ହୋଇଥିବା ପରି ସାଂଘାତିକ ଆରୋପ ଲଗାଇଛନ୍ତି। ଅଦାଲତରେ ଏହି ମାମଲାର ବିଚାର ହେବା ଜରୁରୀ। ମାତ୍ର ଏପର୍ଯ୍ୟନ୍ତ ବ୍ରିଜ ଭୂଷଣଙ୍କ ନାମରେ ଏଫଆଇଆର କାହିଁକି ରୁଜୁ ହେଉନି।

ଏହି ମାମଲାର ଶୁଣାଣି ଖୁବ୍‌ ଶୀଘ୍ର ଆରମ୍ଭ କରିବାକୁ ବରିଷ୍ଠ ଆଇନଜୀବୀ କପିଲ ସିଲବ୍ ପ୍ରଧାନ ବିଚାରପତିଙ୍କ ନିକଟରେ ନିବେଦନ କରିଛନ୍ତି। ଏହି ମାମଲାର ଶୁଣାଣି ଆରମ୍ଭ ପୂର୍ବରୁ ଏହି ମାମଲା କ’ଣ, ଏଥିରେ କିଏ ପକ୍ଷଭୁକ୍ତ ଓ ଆବେଦନକାରୀ କ’ଣ ଚାହୁଁଛନ୍ତି ବୋଲି ପଚାରିଥିଲେ ସିଜେଆଇ ।

୭ ମହିଳା କୁସ୍ତି ଯୋଦ୍ଧା ଏହି ଆବେଦନ କରିଥିବା ବେଳେ ସେମାନଙ୍କ ଏଫଆଇଆର ରୁଜୁ ହୋଇ ନ ଥିବାରୁ ସେମାନେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଥିଲେ ସିବଲ। ସେମାନେ ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରନ ସିଂହଙ୍କ ବିରୋଧରେ ସାଂଘାତିକ ଆରୋପ ଲଗାଇଥିଲେ ବି ସେମାନଙ୍କ ଏଫଆଇଆର ରୁଜୁ ହେଉନି ବୋଲି ସେ କହିଥିଲେ।

Leave A Reply

Your email address will not be published.