ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା

0

ନୂଆଦିଲ୍ଲୀ(ଆମ ଟିଭି): ଦିଲ୍ଲୀରେ ଦିନକୁ ଦିନ ପ୍ରଦୂଷଣ ବଢିବାରେ ଲାଗିଛି। ସ୍ଥିତି ଏମିତି ହେଲାଣି ଯେ, ନିଶ୍ୱାସ ନେବା ବି କଷ୍ଟକର ହୋଇପଡ଼ିଲାଣି। ଏହାରି ଭିତରେ ଦିଲ୍ଲୀ ସରକାର ଲାଗୁ କରିଛନ୍ତି ଅଡ,ଇଭିନ୍ ଫର୍ମୁଲା। ତେବେ ଏହି ମାମଲା ଶୁଣାଣି ବେଳେ ଏହାକୁ ଅବୈଧାନିକ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହା ଏକ ସମ୍ପୂର୍ଣ୍ଣ ଅବୈଧାନିକ ଫର୍ମୁଲା। କୋର୍ଟ ଦିଲ୍ଲୀ ସରକାରଙ୍କୁ ପଚାରିଛନ୍ତି, ତୁମର ବନ୍ଦ ଧୂଆଁ ଟାୱାର କେବେ କାର୍ୟ୍ୟକ୍ଷମ ହେବ? ଏହାକୁ ବନ୍ଦ କରିବା ପଛରେ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ହେବା ଉଚିତ୍।

ଧୂଆଁ ଟାୱାର ଆରମ୍ଭ ହେବ ଉଚିତ୍।ଅଦାଲତ ଦିଲ୍ଲୀ ସରକାରଙ୍କୁ କହିଛନ୍ତି, ‘ଦିଲ୍ଲୀରେ ଅଳିଆ ଜାଳିବା ବନ୍ଦ କରାଯିବା ଉଚିତ୍। ଦିଲ୍ଲୀ ସରକାର ଏହାର ତଦାରଖ କରିବା ଉଚିତ୍। ଶୁକ୍ରବାର ସୁଦ୍ଧା ଆମକୁ ସ୍ପଷ୍ଟ ଚିତ୍ର ମିଳିବା ଉଚିତ। ଦିଲ୍ଲୀ ସରକାର ଷ୍ଟଲ ଏବଂ କମ୍ପୋଷ୍ଟ ଜଳିବା ବନ୍ଦ କରିବା ଉଚିତ୍।

Leave A Reply

Your email address will not be published.