ନିର୍ବାଚନ ବେଳେ ଦିଆଯାଉଥିବା ‘ମାଗଣା’ ବଂଟା ପ୍ରତିଶ୍ରୁତିକୁ ନେଇ ସୁପ୍ରିକୋର୍ଟ ଖପ୍ପା
ନୂଆଦିଲ୍ଲୀ (ଆମ ଟିଭି): ନିର୍ବାଚନ ବେଳେ ରାଜନୈତିକ ଦଳଙ୍କ ପକ୍ଷରୁ ଦିଆଯାଉଛି ‘ମାଗଣା’ ବଂଟା ପ୍ରତିଶ୍ରୁତି। ଯାହାକୁ ନେଇ ଆଜି ଖପ୍ପା ହୋଇଛନ୍ତି ସୁପ୍ରିକୋର୍ଟ। ବିଶେଷ କରି କେନ୍ଦ୍ର ସରକାରଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । କାହିଁକି କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ପକ୍ଷ ରଖୁନାହାନ୍ତି, ମାଗଣା ସ୍ମିମ୍ ଜାରି ରହିବ କି ବନ୍ଦ ହେବ, ଏ ନେଇ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ମାମଲାର ପରବର୍ତ୍ତି ଶୁଣାଣି ଅଗଷ୍ଟ ୩ ତାରିଖରେ ହେବ । ନିର୍ବାଚନ ପ୍ରଚାରରେ ରାଜନୈତିକ ଦଳଗୁଡିକ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇଥାନ୍ତି । ବିଜୁଳି ଠାରୁ ଆରମ୍ଭ କରି ବିଭିନ୍ନ ମାଗଣା ସ୍କିମ୍ ଘୋଷଣା କରିଥାନ୍ତି । ଯାହାକୁ ଏକ ଗୁରୁତର ପ୍ରସଙ୍ଗ ବୋଲି କହିଛନ୍ତି ସୁପ୍ରିମକୋର୍ଟ । କାହିଁକି କେନ୍ଦ୍ର ସରକାର, ଏ ପ୍ରସଙ୍ଗରେ ପକ୍ଷ ରଖିବାକୁ ପଛଘୁଞ୍ଚା ଦେଉଛନ୍ତି, ଚିନ୍ତା ପ୍ରକଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।