ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମ୍‌ ଆଶ୍ବସ୍ତି; ମଦ ଦୁର୍ନୀତି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟରୁ ମିଳିଲା ଅନ୍ତରୀଣ ଜାମିନ

0

ନୂଆଦିଲ୍ଲୀ (ଆମ ଟିଭି): ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଅନ୍ତରୀଣ ଜାମିନ । ଇଡି ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆପ୍ ନେତା । ଜାମିନ ପ୍ରଦାନ ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆପ୍ ସୁପ୍ରିମୋଙ୍କୁ ୯୦ ଦିନ ଜେଲ୍ ଦଣ୍ଡ ଭୋଗିସାରିଛନ୍ତି ।

ତେବେ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଥିବାରୁ କେଜ୍ରିୱାଲ ଏବେ ତିହାର ଜେଲରେ ରହିବେ । କୋର୍ଟ କହିଛନ୍ତି, କେଜ୍ରିଓ୍ବାଲ ଜଣେ ନିର୍ବାଚିତ ନେତା । ତାଙ୍କୁ ପଦ ଛାଡିବାକୁ କେବେ ନିର୍ଦ୍ଦେଶ ଦେଇହେବ ନାହିଁ । ସେ ଜଣେ ନିର୍ବାଚିତ ନେତା ହିସାବରେ ଏପରି ସ୍ଥିତିରେ ନିଜେ କେଉଁ ଭୂମିକାରେ ରହିବାକୁ ଚାହିଁବେ ତାହା ତାଙ୍କ ଉପରେ ନିର୍ଭର କରେ।

Leave A Reply

Your email address will not be published.