ଆଧାର କାର୍ଡକୁ ସୁପ୍ରିମକୋର୍ଟର ବଡ ନିଷ୍ପତ୍ତି

0

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ପ୍ରତି ନାଗରିକର ପ୍ରଥମ ପରିଚୟ ପତ୍ର ଭାବରେ ବ୍ୟବହାର ହେଉଛି ଆଧାର କାର୍ଡ । କୌଣସି ଜିନିଷ କିଣିବାଠାରୁ ଆରମ୍ଭ କରି ପାନ୍ କାର୍ଡ ବା ଅନ୍ୟ ଡକ୍ୟୁମେଣ୍ଟ କରିବା ପାଇଁ ଆଧାର କାର୍ଡର ପ୍ରମୁଖ ଆବଶ୍ୟକତା ରହିଛି । କିନ୍ତୁ ଏହି ଆଧାର କାର୍ଡକୁ ନେଇ ବର୍ତ୍ତମାନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏଣିକି ଭୋଟର ଆଇଡି ତିଆରି କରିବା ପାଇଁ ଆଧାର କାର୍ଡର ଆବଶ୍ୟକତା ପଡ଼ିବ ନାହିଁ । ଏ ନେଇ ସୁପ୍ରିମକୋର୍ଟ ଏକ ବଡ଼ ସୂଚନା ଦେଇଛନ୍ତି । ଭୋଟରଙ୍କ ପରିଚୟ ନିଶ୍ଚିତ କରିବାକୁ ନୂତନ ଭୋଟର ପଞ୍ଜୀକରଣ ଫର୍ମର ୬ବି ରେ ଆଧାର ନମ୍ବର ପ୍ରଦାନର ଆବଶ୍ୟକତାକୁ ହଟାଇବାକୁ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ଼, ଜଷ୍ଟସ ଜେ.ବି ପାଦରୀ ଏବଂ ନ୍ୟାୟମୂର୍ତ୍ତି ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ନିର୍ବାଚନ ଆୟୋଗ ତରଫରୁ ଭୋଟର ଆଇଡି ପାଇଁ ଆଧାରର ଆବଶ୍ୟକତାକୁ ଖୁବଶୀଘ୍ର ହଟାଇ ଦିଆଯିବ । ଏହାସହିତ ଭୋଟରମାନଙ୍କ ପାଇଁ ରେଜିଷ୍ଟ୍ରେସନ ଫର୍ମରେ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି କୁହାଯାଇଥିବା ବେଳେ ଏ ନେଇ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟରେ ଅଣ୍ଡରଟେକିଙ୍ଗ ଜମା କରିଛନ୍ତି । ତେଲେଙ୍ଗାନା ପ୍ରଦେଶ କମିଟିର ସିନିୟର ଭାଇସ ପ୍ରେସିଡେଣ୍ଟ ଜି. ନିରଞ୍ଜନ ଏହି ମାମଲାରେ ଏକ ପିଟିସନ ଦାଖଲ କରିଥିଲେ । ଇଲେକ୍ଟର୍ସ ଆମେଣ୍ଡମେଣ୍ଟ ଅଧିନିୟମ ୨୦୨୨ର ଧାରା ୨୬ରେ ନୂଆ ଭୋଟର ପରିଚୟ ପତ୍ର ନିୟମ ଉପରେ ସ୍ପଷ୍ଟୀକରଣ ଦାବି କରିଥିଲେ । ତେବେ ଭୋଟ ଦେବା ପାଇଁ ଯୋଗ୍ୟ ହୋଇ ସାରିଥିବା ଅନେକ ବ୍ୟକ୍ତିଙ୍କ ପାଖରେ ଆଧାର କାର୍ଡ ନଥିବାରୁ ସେମାନେ ଏଥିରେ ସାମିଲ ହୋଇ ପାରୁନାହାନ୍ତି ବୋଲି କହିଛନ୍ତି ଆବେଦନକାରୀ ।

Leave A Reply

Your email address will not be published.