ମମତାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

0

ବେଆଇନ୍‌ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ମମତା ସରକାରଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ପଶ୍ଚିମବଙ୍ଗରେ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀଙ୍କ ୨୪ ହଜାର ନିଯୁକ୍ତି ରଦ୍ଦ କରିବା ମାମଲାରେ ସୁପ୍ରିମକୋର୍ଟ ଏକ ବଡ ରୟ ଦେଇଛନ୍ତି। ଏହି ମାମଲାରେ ସିବିଆଇ ତଦନ୍ତ ଉପରେ କୋର୍ଟ ରୋକ୍‌ ଲଗାଇଛନ୍ତି।

ନିକଟରେ ପଶ୍ଚିମଙ୍ଗବର ଶିକ୍ଷକ ନିଯୁକ୍ତ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ଚ୍ୟାଲେଞ୍ଜ କରି ମମତା ବାନାର୍ଜୀ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଜି ଏହି ମାମଲାର ଶୁଣାଣି କରି କୋର୍ଟ ସିବିଆଇ ତଦନ୍ତ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ରୋକ୍ ଲଗାଇ ଦେଇଛନ୍ତି। ଆସନ୍ତା ମେ’ ୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଗତ ସୋମବାର କଲିକତା ହାଇକୋର୍ଟ ୨୦୧୬ରେ ପଶ୍ଚିମବଙ୍ଗରେ ହୋଇଥିବା ଶିକ୍ଷକ ନିଯୁକ୍ତୁ ରଦ୍ଦ କରିଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ସହାୟତା ପ୍ରାପ୍ତ ବିଦ୍ୟାଳୟରେ ରାଜ୍ୟସ୍ତରୀୟ ଚୟନ ପରୀକ୍ଷା-୨୦୧୬ର ଚୟନ ପ୍ରକ୍ରିୟା ଅମାନ୍ୟ ଘୋଷଣା କରିଥିଲେ। ଏଥିସହ ୨୪,୦୦୦ ଶିକ୍ଷକଙ୍କୁ ନିଯୁକ୍ତିକୁ ରଦ୍ଧ କରିବାକୁ ଘୋଷଣା କରିଥିଲେ। କେବଳ ସେତିକି ନୁହେଁ ୨୦୧୬ରୁ ସ୍କୁଲରେ ଚାକିରି ପାଇଥିବା ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ମିଳିଥିବା ଦରମା ଫେରାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲେ।

Leave A Reply

Your email address will not be published.