କୋଟିଆକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

0

ନୂଆଦିଲ୍ଲୀ(ଆମ ଟିଭି): କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଚାଲିଆସିଛି । ଏହାରି ଭିତରେ କୋଟିଆକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆସନ୍ତା ୨୮ ଦିନ ମଧ୍ୟରେ ତଥ୍ୟ ଉପସ୍ଥାପନ କରିବାକୁ ଉଭୟ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ନିର୍ଦ୍ଦେଶ ଅନୁସାରେ ମୁଖ୍ୟ ଶାସନ ସଚିବଙ୍କ ମାଧ୍ୟମରେ ଆନ୍ଧ୍ରପ୍ରଦେଶ ଓ ଗୃହ ମନ୍ତ୍ରାଳୟର ସଚିବଙ୍କ ମାଧ୍ୟମରେ କେନ୍ଦ୍ର ସରକାର ଅରିଜିନାଲ ତଥ୍ୟ ଉପସ୍ଥାପନା କରିବେ ।

ଏ ନେଇ ଫେବ୍ରୁଆରି ମାସ ୨୮ ତାରିଖରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଚିଠି କରାଯାଇଥିବା ବେଳେ ରେଜିଷ୍ଟ୍ରାର ଓ ଅତିରିକ୍ତ ରେଜିଷ୍ଟ୍ରାରଙ୍କ ଦସ୍ତଖସ୍ତ ରହିଛି । କୋଟିଆ ବିବାଦକୁ ନେଇ ଓଡ଼ିଶା ପକ୍ଷରୁ ଆଇନଜୀବୀ ଶିବଶଙ୍କର ମିଶ୍ର ପ୍ରଥମେ କିଛି ତଥ୍ୟ ଦାଖଲ କରିଥିଲେ । ଏହା ପରେ ସୁପ୍ରିମକୋର୍ଟଙ୍କ ନିକଟରେ ୪୫୭ ପୃଷ୍ଠା ସମ୍ବଳିତ ତଥ୍ୟ ଉପସ୍ଥାପନ କରିଥିଲେ ।ଯାହାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

 

Leave A Reply

Your email address will not be published.