ଉଦ୍ଧବ ଠାକରେଙ୍କୁ ସୁପ୍ରିମ୍ ଝଟକା

0

ନୂଆଦିଲ୍ଲୀ(ଆମ ଟିଭି): ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଥମିବାର ନାଁ ନେଉନାହିଁ । ବିଶେଷ କରି ଉଦ୍ଧବ ଗୋଷ୍ଠୀ ଓ ଏକନାଥଙ୍କ ଗୋଷ୍ଟୀ ମଧ୍ୟରେ ବିବାଦ ଲାଗି ରହିଛି । ଏହି ବିବାଦ ବର୍ତ୍ତମାନ ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିସାରିଛି । ଆଉ ବର୍ତ୍ତମାନ ବାଲା ସାହେକ ଠାକରେଙ୍କ ପୁଅ ଉଦ୍ଧବ ଠାକରେଙ୍କୁ ଆଜି ସୁପ୍ରିମ ଝଟକା ଲାଗିଛି। ବାଲା ସାହେବଙ୍କ ଶିବସେନା ଏବେ ଉଦ୍ଧବଙ୍କ ହାତରୁ ଖସି ଯିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଏକନାଥ ସିନ୍ଦେ ଶିବସେନା ଉପରେ ନିଜର ହକ ଜାହିର କରିବା ସହ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାକୁ ଉଦ୍ଧବ ଠାକରେ ବିରୋଧ କରିଥିଲେ।

ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଏବେ ସୁପ୍ରିମକୋର୍ଟଙ୍କ ରାୟ ଉଦ୍ଧବଙ୍କୁ ନିରାଶ କରିଛି। ସର୍ବୋଚ୍ଚ ଅଦାଲତ ଉଦ୍ଧବ ଠାକରେଙ୍କୁ ଝଟକା ଦେଇ ପ୍ରକୃତ ଶିବ ସୈନିକ କିଏ, ତା’ର ନିଷ୍ପତ୍ତି ନିର୍ବାଚନ କମିଶନଙ୍କ ଉପରେ ଛାଡ଼ି ଦେଇଛନ୍ତି। ଏବେ ନିର୍ବାଚନ କମିଶନ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ବିବାଦର ସମାଧାନ କରିବେ। ନିର୍ବାଚନ କମିଶନ ସିନ୍ଦେ ଗୋଷ୍ଠୀଙ୍କ ସପକ୍ଷରେ ରାୟ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ଏପରି ହେଲେ ସିନ୍ଦେ ହିଁ ଶିବସେନାର ଦଳୀୟ ଚିହ୍ନ ଓ ନାଁର ବ୍ୟବହାର କରିବାକୁ ଅନୁମତି ପାଇବେ।

Leave A Reply

Your email address will not be published.