ଡଟପେନ ରେ ସୁପ୍ରିୟା ଙ୍କର ଆଇଟମ୍ ଜଲୱା

0

ଭୁବନେଶ୍ୱର : ପୂର୍ବରୁ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ନାମୀ ଅଭିନେତ୍ରୀ ବିଭିନ୍ନ ଚଳଚ୍ଚିତ୍ର ରେ ଆଇଟମ୍ ଗୀତ ରେ ନିଜର ଜଲୱା ଦେଖାଇ ଚଳଚ୍ଚିତ୍ର କୁ ଚାରଚାନ୍ଦ ଲଗେଇଥିବା ବେଳେ ଅନେକ ଧାରାବାହିକ ତଥା ଚଳଚ୍ଚିତ୍ର ରେ ନିଜର ଯାଦୁ ଦେଖେଇଥିବା ଅଭିନେତ୍ରୀ ସୁପ୍ରିୟା ଚଳଚ୍ଚିତ୍ର ଡଟପେନ ର ଏକ ଆଇଟମ୍ ଗୀତରେ ନୃତ୍ୟ ପରିବେଷଣ କରି ନିଜର ଜଲୱା ଦେଖେଇଛନ୍ତି l ପୂର୍ବରୁ ଗଞ୍ଜା ଲଢେଇ ରେ ଅଭିନେତ୍ରୀ ଅନୁ ଚୌଧୁରୀ, କଟକ (ଶେଷରୁ ଆରମ୍ଭ) ରେ ରିୟା ଦେ, ମାଲ୍ୟଗିରି ରେ ଏଲିନା ସାମନ୍ତରାୟ, ପ୍ରିୟେ ତୁ ମୋର ସିଏ ଚଳଚ୍ଚିତ୍ର ରେ ଦିବ୍ୟା ମହାନ୍ତି ଅଭିନେତ୍ରୀ ମାନେ ଆଇଟମ୍ ଗୀତ ରେ ନୃତ୍ୟ ପରିବେଷଣ କରିସାରିଛନ୍ତି l ଲଭ ପାଇଁ କୁଛ ଭି କରେଗା, ବିଜୁ ବାବୁ, ଆସ୍ତିକ ନାସ୍ତିକ, ପୁଷ୍କରା ଭଳି ଅନେକ ସଫଳ ଚଳଚ୍ଚିତ୍ର ର ମୁଖ୍ୟ ନାୟିକା ଭାବେ ଅଭିନୟ କରିଥିବା ସୁପ୍ରିୟା ଡଟପେନ ରେ

ଖୁବ ସୁନ୍ଦର ଆଇଟମ୍ ନୃତ୍ୟ ପରିବେଷଣ କରିଛନ୍ତି l
ଡଟପେନ ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ, ପ୍ରଯୋଜନା ଦାୟିତ୍ୱ ସହିତ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ, ସଂଳାପ ଲେଖିଛନ୍ତି ଡକ୍ଟର ଦୀପକ ଜେନା, କ୍ରି୍ଏଟିଭ ହେଡ଼ ରୀତିଶ ପରିଡା, ଡି.ଓ.ପି. ସାରଦା କୃଷ୍ଣ ସାହୁ, ଲାଇନ ପ୍ରଡୁସର ପୁପୁଲ ମହାନ୍ତି, କାର୍ଯ୍ୟନିର୍ବାହୀ ପ୍ରଯୋଜକ ଗଣେଶ ରାମ ଅଗ୍ରୱାଲ, ସମ୍ପାଦନା ମଳୟ ମଲ୍ଲିକ, କଲରିଷ୍ଟ ରିହାନ, ସଙ୍ଗୀତ ନିର୍ଦ୍ଦେଶନା ସୋମେଶ ଶତପଥି, ପ୍ରଚ୍ଛଦପଟ ମ୍ୟୁଜିକ ନବ୍ସ ଏବଂ ସରୋଜ, ପବ୍ଲିସିଟି ଡିଜାଇନ ବ୍ଲାକ କାନଭାସ ଆରଜିଏଫ l ଅଭିନୟ ରେ ଅଛନ୍ତି ଜ୍ୟୋତି, ଦିବ୍ୟା ମହାନ୍ତି, ରୋହନ, ପ୍ରୀତି, ଅଙ୍କିତ ପ୍ରମୁଖ ଅଛନ୍ତି l ଚଳଚ୍ଚିତ୍ରର ପ୍ରଚାର ପ୍ରସାର ଓ କ୍ରିଏଟିଭ୍ ହେଡ୍ ହେଡ୍ ଦାୟିତ୍ୱ ରେ ଅଛନ୍ତି ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ l

Leave A Reply

Your email address will not be published.