ଦିଦିଙ୍କୁ ସୁରେଶ ପୂଜାରୀଙ୍କ କଡ଼ା ଜବାବ, କହିଲେ ମମତା ହିନ୍ଦୁ ବିରୋଧୀ

0

ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଏହି ପ୍ରସଙ୍ଗରେ ଆଜି ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି ମମତା ବାନାର୍ଜୀ । ଏହାପରେ କଡ଼ା ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, “ଜଣେ ହିନ୍ଦୁ ବିରୋଧୀ, ଜଗନ୍ନାଥ ବିରୋଧୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପ୍ରତିଦିନ ଗଣତନ୍ତ୍ରକୁ ରକ୍ତାକ୍ତ କରୁଛନ୍ତି ।” ମମତା ଶ୍ରୀକ୍ଷେତ୍ରର ବିକଳ୍ପ ତିଆରି କରିବାକୁ ଚେଷ୍ଟା କରୁଛ କି ବୋଲି ପ୍ରଶ୍ନ କରିଛନ୍ତି ରାଜସ୍ୱ ମନ୍ତ୍ରୀ ।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ତୁମେ କେତେ ଜଗନ୍ନାଥପ୍ରେମୀ ଆମେ ଦେଖିଛୁ । କେତେ ଜଗନ୍ନାଥ ଭକ୍ତଙ୍କ ଉପରେ ପଶ୍ଚିମବଙ୍ଗରେ ପ୍ରତିଦିନ ଆକ୍ରମଣ ହେଉଛି, କେତେ ମାତା ସୁଭଦ୍ରା ପଶ୍ଚିମବଙ୍ଗରେ ଅତ୍ୟାଚାରର ଶିକାର ହେଉଛନ୍ତି ।” କେତେ ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କୁ ଭୋଟ୍‌ ପାଇଁ ପଶ୍ଚିମବଙ୍ଗରେ ପୁରାଉଛ ବୋଲି ପ୍ରଶ୍ନ କରି ମମତାଙ୍କୁ ଟାର୍ଗେଟ କଲେ ସୁରେଶ ପୂଜାରୀ ।

ମନ୍ଦିର ନିର୍ମାଣ କରିବା ସ୍ୱାଗତ ଯୋଗ୍ୟ । କିନ୍ତୁ ସେଇଟା ଶ୍ରୀକ୍ଷେତ୍ର ନୁହେଁ । ଚାରି ଧାମ ଭିତରୁ ଶ୍ରୀକ୍ଷେତ୍ର ପୁରୀ ଗୋଟିଏ ଧାମ । ତୁମେ ଶ୍ରୀକ୍ଷେତ୍ରର ବିକଳ୍ପ ତିଆରି କରିବାକୁ ଚେଷ୍ଟା କରୁଛ ବୋଲି ପ୍ରଶ୍ନ କଲେ ରାଜସ୍ୱ ମନ୍ତ୍ରୀ । ତୁମେ କେତେ ଜଗନ୍ନାଥ ପ୍ରେମୀ ଆମେ ଦେଖିଛୁ, କେତେ ଜଗନ୍ନାଥ ଭକ୍ତଙ୍କ ଉପରେ ପଶ୍ଚିମବଙ୍ଗରେ ପ୍ରତିଦିନ ଆକ୍ରମଣ ହେଉଛି, କେତେ ମାତା ସୁଭଦ୍ରା ପଶ୍ଚିମବଙ୍ଗରେ ଅତ୍ୟାଚାରର ଶିକାର ହେଉଛନ୍ତି, ବାଂଲାଦେଶୀ  ଅନୁପ୍ରବେଶକାରୀମାନଙ୍କୁ ରାସନ କାର୍ଡ ଦେଉଛ, ଭୋଟର ତାଲିକାରେ ସେମାନଙ୍କ ନାଁ ପୁରାଉଛ । ଯେଉଁ ପଶ୍ଚିମବଙ୍ଗ ଦିନେ ଇଂରେଜମାନଙ୍କ ସହ ଲଢ଼ିବା ପାଇଁ କ୍ରାନ୍ତିକାରୀ ସୃଷ୍ଟି କରୁଥିଲା, ସେହି ପଶ୍ଚିମବଙ୍ଗ ଆଜି ଆତଙ୍କବାଦୀମାନଙ୍କ ଏନ୍ତୁଡ଼ିଶାଳରେ ପରିଣତ ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହାୟତାରେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଓଡ଼ିଶାକୁ ଆସୁଛନ୍ତି । ଜଣେ ହିନ୍ଦୁ ବିରୋଧୀ, ଜଗନ୍ନାଥ ବିରୋଧୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପ୍ରତିଦିନ ଗଣତନ୍ତ୍ରକୁ ରକ୍ତାକ୍ତ କରୁଛନ୍ତି ବୋଲି କହିଛନ୍ତି ସୁରେଶ ପୂଜାରୀ ।

ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର । ସେ କହିଛନ୍ତି, “ପୁରୀ ବ୍ୟତୀତ ବିଶ୍ୱର ଅନ୍ୟ କୌଣସି ଜାଗାରେ ଜଗନ୍ନାଥଧାମ କେବେ ବି ଗ୍ରହଣୀୟ ନୁହେଁ । ଜଗନ୍ନାଥଙ୍କୁ ନେଇ ଯିଏ ଷଡ଼୍‌ଯନ୍ତ୍ର କରିବ, ସିଏ ଧ୍ୱଂସ ପାଇବ । ମନ୍ଦିର ତିଆରି ହେବାରେ କିଛି ଅସୁବିଧା ନାହିଁ, ହେଲେ ଧାମକୁ ନେଇ ବିବାଦ ରହିଛି । ପୁରୀରେ ପର୍ଯ୍ୟଟକଙ୍କ ସହ ଏହାର କିଛି ସମ୍ପର୍କ ନାହିଁ, ପୁରୀକୁ ପଶ୍ଚିମବଙ୍ଗ ପର୍ଯ୍ୟଟକ ଯେମିତି ଆସୁଥିଲେ ସେମିତି ଆସୁଛନ୍ତି । ପୁରୀ ହେଉଛି ଜଗନ୍ନାଥ ମହାପ୍ରଭୁଙ୍କ ଜନ୍ମ ସ୍ଥାନ । ପୁରୀର ବିକଳ୍ପ ନାହିଁ, ପଶ୍ଚିମବଙ୍ଗରେ ପୁରୀ ବୟକଟ୍‌ କଥା ମୁଁ ଶୁଣିଛି, ହେଲେ ଏହା କେବେ ସମ୍ଭବ ହେବ ନାହିଁ । ଜଗନ୍ନାଥ ପ୍ରେମୀ, ଭକ୍ତମାନଙ୍କୁ ପୁରୀ ଆସିବା ନେଇ କେହି ରୋକି ପାରିବେ ନାହିଁ । ବ୍ୟକ୍ତିଗତ ଭାବେ ଏହାକୁ ମୁଁ ଦୃଢ଼ ଭାବେ ବିରୋଧ କରୁଛି । ଜଗନ୍ନାଥଙ୍କୁ ନେଇ ଯିଏ ଷଡ଼ଯନ୍ତ୍ର କରିବ, ସିଏ ଧ୍ୱଂସ ହେବ ।”

Leave A Reply

Your email address will not be published.