କଂଗ୍ରେସରୁ ଲଢିବେନି ସୁରଙ୍କ ପୁଅ ମନ୍ମଥ

0

ଭୁବନେଶ୍ୱର: କଂଗ୍ରେସରୁ ଲଢିବେନି କଂଗ୍ରେସ ବିଧାୟକ ସୁରରାଉତରାୟଙ୍କ ପୁଅ । ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ଲଢିବେନି ବୋଲି ସୂଚନା ରହିଛି । କେଉଁ ଦଳରୁ ଲଢିବେ, ଅକ୍ଟୋବରରେ ଘୋଷଣା କରିବେ ମନ୍ମଥ । ଜଟଣୀବାସୀ ଓ କର୍ମୀଙ୍କ ମତାମତକୁ ନେଇ ନିଷ୍ପତ୍ତି ନେଇଥିବା କହିଲେ । ଏନେଇ ବାପାଙ୍କ ସହ ମଧ୍ୟ ଆଲୋଚନା କରିଥିବା କହିଲେ ମନ୍ମଥ ।

କଂଗ୍ରେସର ଜଟଣୀ ବିଧାୟକ ସୁର ରାଉତରାୟ କହିଥିଲେ ମୋ ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢିବ ।  ମୋତେ ୮୦ ହେଲାଣି । ମୋ ସାନ ପୁଅ କଂଗ୍ରେସ ଟିକଟରୁ ଲଢିବ ।  ମୁଁ ୫୫ ବର୍ଷ କଂଗ୍ରେସରେ ରହିଛି । ସାନ ପୁଅ କଂଗ୍ରେସରୁ ଲଢିବ ।  ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଥିଲା ।  ବଡ଼ପୁଅ ସିଦ୍ଧାର୍ଥ ପାହାଡ଼ ଚଢି ରେକର୍ଡ କରିଛି । ତାହା ଜଣାଇବାକୁ ଯାଇଥିଲି ।  କେବଳ ବଡ଼ ପୁଅ କଥା ଚର୍ଚ୍ଚା ହେଲା, ରାଜନୈତିକ ଚର୍ଚ୍ଚା ହୋଇନି ବୋଲି ଶ୍ରୀ ରାଉତରାୟ କହିଥିଲେ ।

Leave A Reply

Your email address will not be published.