ବିଜେପିରୁ ଲଢିବେ ସୁରଙ୍କ ପୁଅ ମନ୍ମଥ ରାଉତରାୟ !

0

ଭୁବନେଶ୍ୱର: ବିଜେପିରୁ ଲଢିବେ କି ସୁରଙ୍କ ପୁଅ ? ପଦ୍ମ ଟିକେଟରୁ ୨୪ରେ ଲଢିବେ କି ମନ୍ମଥ? ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା । କହିଲେ ଖୁବଶୀଘ୍ର ରାଜନୀତିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ । ଉଭୟ ବିଜେଡି ଏବଂ ବିଜେପି ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ । ନିଜେ ସୁର ତାଙ୍କ ପୁଅ ମନ୍ମଥଙ୍କୁ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘାୱାଲଙ୍କ ସହ ସାକ୍ଷାତ କରାଇଥିଲେ ।

ତେବେ କେଉଁ ଦଳକୁ ଯିବେ ସେନେଇ ଖୁବଶିଘ୍ର ସେ ଘୋଷଣା କରିବେ ବୋଲି କହିଛନ୍ତି । କିନ୍ତୁ କଥାରେ କଥାରେ ବିଜେପିକୁ ପ୍ରସଂଶା କରିଛନ୍ତି ମନ୍ମଥ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ସେ ବିଜେପି ଟିକେଟ୍ ଆସନ୍ତା ନିର୍ବାଚନ ଲଢିବେ । ଦେଖାଯାଉ ମନ୍ମଥ କେଉଁ ଦଳୀୟ ଟିକେଟରୁ ମୈଦାନକୁ ଓହ୍ଲାଉଛନ୍ତି ।

Leave A Reply

Your email address will not be published.