ନୂଆଦିଲ୍ଲୀ (ଆମ ଟିଭି): ଏସିଆ କପ୍ର ମ୍ୟାଚ୍ ଫି’ ଭାରତୀୟ ସେନା ଓ ପହଲଗାମ୍ ଆତଙ୍କବାଦୀ ହମ୍ଲାରେ ନିହତଙ୍କ ପରିବାରକୁ ଦାନ କଲେ ବିଜୟର ପୁରସ୍କାର। ଦୁବାଇରେ ପାକିସ୍ତାନ ବିପକ୍ଷରେ ଏସିଆ କପ୍ ଜିତିବା ପରେ ଯାଦବ ଏହା ଘୋଷଣା କରିଛନ୍ତି।
ସେ ଟ୍ୱିଟ୍ କରିଛନ୍ତି, ମୁଁ ଏହି ଟୁର୍ଣ୍ଣାମେଣ୍ଟରୁ ମୋର ମ୍ୟାଚ୍ ଫିସ୍ ଆମର ସଶସ୍ତ୍ର ସେନା ଏବଂ ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛି। ସମସ୍ତେ ସବୁବେଳେ ମୋ ମନରେ ରହିବ।
ସୂଚନା ଯୋଗ୍ୟ; ଏସିଆ କପ୍ ୨୦୨୫ ଫାଇନାଲରେ ଭାରତ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଛି। ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଭାରତ ନବମ ଥର ପାଇଁ ଏସିଆ କପ୍ ମୁକୁଟ ଜିତିଛି। କିନ୍ତୁ ଏସୀୟ କ୍ରିକେଟ ପରିଷଦର ଅଧ୍ୟକ୍ଷ ତଥା ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭିଙ୍କଠାରୁ ଏସିଆ ଟ୍ରଫି ଗ୍ରହଣ କରିବାକୁ ଭାରତ ମନା କରିଦେଇଥିଲା । ଏହାପରେ ଖାଲି ହାତରେ ବିଜୟ ଉତ୍ସବ ପାଳିଥିଲା ବିଜୟୀ ଟିମ୍ ।