ନୂଆଦିଲ୍ଲୀ (ଆମ ଟିଭି): ଆଇପିଏଲ ୨୦୨୫ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗସ ସହିତ ରହିଛି । ପ୍ରଥମ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ । ମୁମ୍ବାଇର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ମ୍ୟାଚର ବାସନ୍ଦ ଯୋଗୁଁ ପ୍ରଥମ ମ୍ୟାଚ ଖେଳିବାରୁ ବଞ୍ଚିତ ହେବେ । ତେଣୁ ପ୍ରଥମ ମ୍ୟାଚର ଦାୟିତ୍ବ ତୁଲାଇବେ ସୂର୍ଯ୍ୟକୁମାର ଯାଦବ ।
ମୁମ୍ବାଇ ଇଣ୍ଡିଆନ୍ସ ମାର୍ଚ୍ଚ ୨୩ ରେ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ । ଏହି ମ୍ୟାଚରେ ସୂର୍ଯ୍ୟକୁମାର ମୁମ୍ବାଇ ଇଣ୍ଡିଆନ୍ସ ଦଳର ନେତୃତ୍ୱ ନେବେ । ହାର୍ଦ୍ଦିକ ପାଣ୍ଡ୍ୟା ପ୍ରେସ କନଫରେନ୍ସରେ କହିଛନ୍ତି, ସୂର୍ଯ୍ୟକୁମାର ଯାଦବ ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ବ ତୁଲାନ୍ତି । ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ମଧ୍ୟ ଅଧିନାୟକ ଦାୟିତ୍ବ ତୁଲାଇବେ ।
ସୂଚନାଯୋଗ୍ୟ, ହାର୍ଦ୍ଦିକଙ୍କୁ ୨୦୨୪ ସିଜିନର ମୁମ୍ବାଇର ଶେଷ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ସ୍ଲୋ ଓଭର-ରେଟ୍ ପାଇଁ ଗୋଟିଏ ମ୍ୟାଚ ପାଇଁ ବାସନ୍ଦ କରାଯାଇଥିଲା । ଏହା ଗତ ସିଜନର ଶେଷ ମ୍ୟାଚ ଥିଲା ବୋଲି ମ୍ୟାଚ ବାସନ୍ଦ ଚଳିତ ସିଜନର ପ୍ରଥମ ମ୍ୟାଚରେ ଲାଗୁ ହୋଇଛି । ଏଥିପାଇଁ ତାଙ୍କୁ ୩୦ ଲକ୍ଷ ଟଙ୍କା ଜରିମାନା ଏବଂ ଗୋଟିଏ ମ୍ୟାଚର ବାସନ୍ଦ କରାଯାଇଥିଲା । ଯାହା ଏହି ସିଜନର ଉଦଘାଟନୀ ଖେଳରେ ଲାଗୁ ହେବ।
ବର୍ତ୍ତମାନ ଭାରତୀୟ ଟି୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ୨୦୨୩ ରେ ଗୋଟିଏ ଆଇପିଏ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ କରିଥିଲେ । ମୁମ୍ବାଇର ପ୍ରଥମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗସ ସହିତ ରହିଛି । ସେହିପରି ଦ୍ବିତୀୟ ମ୍ୟାଚ ଗୁଜରାଟ ଟାଇଟନ୍ସ, ୩ୟ କୋଲକତା ନାଇଟ ରାଇଡର୍ସ ସହିତ ରହିଛି । ମୁମ୍ବାଇ ଶେଷ ଲିଗ୍ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଖେଳିବ ।
ମୁମ୍ବାଇ ସ୍କ୍ବାର୍ଡ: ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଜସପ୍ରୀତ ବୁମରା, ତିଳକ ବର୍ମା, ନମନ ଧୀର, ରବିନ ମିଞ୍ଚ, କର୍ଣ୍ଣ ଶର୍ମା, ଦୀପକ ଚହର, ଅଶ୍ବିନ କୁମାର, କ୍ରିଷ୍ଣନ ଶ୍ରୀଜିତ, ରାଜ ଅଙ୍ଗଦ, ସତ୍ୟନାରାୟଣ ରାଜୁ, ଅର୍ଜୁନ ତେନ୍ଦୁଲକର, ଭିଗ୍ନେଶ ପୁଥୁର, ଟ୍ରେଣ୍ଟ ବୋଲ୍ଟ, ରିଆନ୍ ରିକେଲଟନ, ୱିଲ ଜ୍ୟାକ୍ସ, ମିଚେଲ ସାନଣ୍ଟର, ରେସ ଟୋପଲେ, ବେଭନ ଜ୍ୟାକବ୍ସ, ଲିଜାର୍ଡ ୱିଲିୟମ୍ସ ।