କନିଷ୍ଠ ଜାତୀୟ ହକି ଚାମ୍ପିଅନସିପର ପଦକ ବିଜେତାମାନଙ୍କୁ ସମ୍ମାନିତ କଲେ ସୂର୍ଯ୍ୟବଂଶୀ ସୂରଜ

0

ଭୁବନେଶ୍ଵର (ଆମ ଟିଭି): ୧୫ତମ କନିଷ୍ଠ ଜାତୀୟ ହକି ଚାମ୍ପିଅନସିପର ପୁରୁଷ ବିଭାଗରେ ରୌପ୍ୟ ପଦକ ଜିତିଥିବା ଓଡ଼ିଶା ହକି ଦଳକୁ ଗତକାଲି କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ବର ଠାରେ ସମ୍ବର୍ଦ୍ଧିତ କରିଛନ୍ତି। ପୁରୁଷ ହକି ଦଳର ଏହି ସଫଳତା ପାଇଁ ଶ୍ରୀ ସୂରଜ ଦଳର ସମସ୍ତ କ୍ରୀଡାବିତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ମଧ୍ୟ ଉଚ୍ଚକୋଟୀର ପ୍ରଦର୍ଶନ ମାଧ୍ୟମରେ ପଦକ ଅର୍ଜନ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବା ନିମନ୍ତେ ପ୍ରୋତ୍ସାହିତ କରିଛନ୍ତି।

ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ହକି ଇଣ୍ଡିଆର ସଭାପତି ଦୀଲିପ ତୀର୍କି, କ୍ରୀଡା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ନିର୍ଦ୍ଦେଶକ ଡକ୍ଟର ୟେଦୁଲା ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.