ସ୍ୱାତୀ ମାଲିୱାଲ ଯିବେ ରାଜ୍ୟସଭା: ପ୍ରାର୍ଥୀ କରିବ ଆପ୍

0

ନୂଆଦିଲ୍ଲୀ(ଆମ ଟିଭି): ସ୍ୱାତୀ ମାଲିୱାଲ ଯିବେ ରାଜ୍ୟସଭା । ଆମ୍ ଆଦମୀ ପାର୍ଟି ତରଫରୁ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଦିଲ୍ଳୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ତାଙ୍କୁ ସୁଶିଲ କୁମାର ଗୁପ୍ତାଙ୍କ ସ୍ଥାନରେ ଟିକେଟ ଦିଆଯାଇଛି ।

ଏହା ସହ ପାର୍ଟି ତରଫରୁ ପୁଣିଥରେ ସଂଜୟ ସିଂଙ୍କ ଉପରେ ଭରଶା କରାଯାଇଛି । ସଂଜୟ ସିଂ ଆପ୍ ଟିକେଟରୁ ପୁଣିଥରେ ରାଜ୍ୟସଭା ପ୍ରାର୍ଥୀ ହେବ । ଏନେଇ କୋର୍ଟ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି । ଜାନୁଆରୀ ୧୯ ତାରିଖରେ ରାଜ୍ୟସଭା ନିର୍ବାଚନ ହେବ । ଏନେଇ ଜାନୁଆରୀ ୯ ତାରିଖ ସୁଦ୍ଧା ନାମାଙ୍କନ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.