ଭୁବନେଶ୍ୱର (ଆମ ଟିଭି): ଡିଏଭି ପୋଖରୀପୁଟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ସ୍ୱାଭିମାନ ଦିବସ ପ୍ରାତଃ ସମୟରେ ପାଳିତ ହୋଇଯାଇଛି । ଗ୍ରୀଷ୍ମର ପ୍ରଚଣ୍ଡ ପ୍ରବାହକୁ ଆଧାର କରି ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ବନ୍ଦଥିବା ସତ୍ତ୍ୱେବିଦ୍ୟାଳୟର ସମସ୍ତ ନିରୀକ୍ଷକ-ନିରୀକ୍ଷିକାଙ୍କ କର କମଳରେ ମଧୁବାବୁଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ୟ୍ୟକ୍ରମର ଅୟମାରମ୍ଭ ହୋଇଥିଲା ।ବିଦ୍ୟାଳୟର ବରିଷ୍ଠ ନିରୀକ୍ଷକଶିତିକଣ୍ଠ ପତି ମଧୁବାବୁଙ୍କ ଆଦର୍ଶ ଆମ ସଭିଙ୍କ ପାଇଁ ପ୍ରେରଣା ଓ ଆହ୍ୱାନର ବିଷୟ ବୋଲି ନିଜ ଅଭିଭାଷଣରେ କହିଥିଲେ ।
ଏହି ଅବସରରେବିଦ୍ୟାଳୟର ଅଧ୍ୟକ୍ଷା ଡ.ସୁଜାତା ସମସ୍ତ ବିଦ୍ୟାର୍ଥୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମଧୁବାବୁଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବା ସହିତଓଡ଼ିଶାମାଟି ପାଇଁ କିଛି ଉନ୍ନତି ମୂଳକ କାର୍ୟ୍ୟ କରିବା ପାଇଁ ବାର୍ତ୍ତା ପ୍ରେରଣ କରିଥିଲେ । ଓଡ଼ିଆ ବିଭାଗୀୟ ମୁଖ୍ୟ ଶୁଭ୍ରାଂଶୁମୋହନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ୟ୍ୟକ୍ରମ ପରିଚାଳିତ ହୋଇଥିଲା ।ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।ଓଡ଼ିଆ ବିଭାଗରସଂଯୋଜିକା ଝରଣା ମିଶ୍ର, ଶିକ୍ଷକ କେଶବ ଚନ୍ଦ୍ର ପ୍ରଧାନ , କ୍ଷଣପ୍ରଭା ନନ୍ଦ, ସୁଜାତା ମହାନ୍ତି , ବିଜୟ କୁମାର ପଣ୍ଡା,ଶକ୍ତିପ୍ରସନ୍ନ ମହାନ୍ତି , ସନ୍ତୋଷ କୁମାର କରଙ୍କ ସକ୍ରିୟ ସହଯୋଗରେ ଏହି କାର୍ୟ୍ୟକ୍ରମଟି ସଫଳ ମଣ୍ଡିତହୋଇଥିଲା ।