୫ ଦିନ ରିମାଣ୍ଡରେ ଆସିବ କାଶ୍ମୀର ଠକ ସୟଦ ଇଶାନ ବୁଖାରୀ

0

ଭୁବନେଶ୍ବର (ଆମ ଟିଭି): କାଶ୍ମୀର ଠକ ସର୍ଦ୍ଦାର ଇଶାନ ବୁଖାରୀ ରିମାଣ୍ଡର ଆଜି ପ୍ରଥମ ଦିନ । ରୋମିଓର ରାସଲୀଳା ନେଇ ପ୍ରଥମ ଦିନରେ ହେବ ପଚରାଉଚରା । ଉତ୍ତରପ୍ରଦେଶରେ ଥିବା ପତ୍ନୀ ସୋନିଆ ସିଂଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିଲା ସୟଦ । ମାଇଣ୍ଡ ଓ୍ବାସ୍ ପାଇଁ ପଠାଉଥିଲା ମୋଟିଭେସନ ୟୁଟ୍ୟୁବ ଲିଙ୍କ । କଥା ନମାନିଲେ କରୁଥିଲା ମାନସିକ ଓ ଶାରୀରିକ ଅତ୍ୟାଚାର । ସେହିପରି ଅନ୍ୟ ଯୁବତୀଙ୍କ ସହ କରୁଥିବା ଚାର୍ଟ ମଧ୍ୟ STF ହାତରେ ଲାଗିଛି । ଫୁରସତ ମିଳିଲେ ଆପତ୍ତିଜନକ ଭିଡିଓ ଦେଖୁଥିଲା ବୁଖାରୀ । ମିଛୁଆ ଡାକ୍ତର ରୋଗୀ ଦେଖିବା ପାଇଁ ଗୁଗୁଲକୁ ଗୁରୁ ଭାବେ ମାନିଥିଲା । କେଶ ଝଡ଼ିବା ଠାରୁ କ୍ୟାନସର ଯାଏଁ ଗୁଗୁଲ ସର୍ଚ୍ଚ କରି ଦେଉଥିଲା ମେଡିସିନ ।

ଜବତ ମୋବାଇଲରୁ ଡାଟା ରିକଭରି ପାଇଁ SFSLକୁ ପଠାଯାଇଛି । ୫ ଦିନ ରିମାଣ୍ଡରେ ଆସିବ କାଶ୍ମୀର ଠକ ସୟଦ ଇଶାନ ବୁଖାରୀ । ୭ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା STF । ରିମାଣ୍ଡ ସମୟରେ ଠକେଇ ନେଇ ହେବ ଅଧିକ ଖୋଳତାଡ଼ । ପିଏମଓରେ ଚାକିରି କରିଥିବା ତଥା ନ୍ୟୁରୋଲୋଜିଷ୍ଟ ଭାବେ ପରିଚୟ ଦେଇ ଲୋକଙ୍କୁ ଭୁଆଁ ବୁଲାଉଥିଲା ବୁଖାରୀ ।

Leave A Reply

Your email address will not be published.