ଟି-୨୦ ବିଶ୍ୱକପ୍, ବାଂଲାଦେଶକୁ ହରାଇ ବିଜୟ ହେଲା ଭାରତ

0

ଆଡିଲେଡ୍ : ଆଡିଲେଡ୍ ଓଭାଲଠାରେ ଚାଲିଥିବା ଟି-୨୦ ବିଶ୍ବକପ ସୁପର-୧୨ର ଏକ ରୋମାଞ୍ଚକର ମ୍ୟାଚରେ ବାଂଲାଦେଶକୁ ୫ ରନରେ ହରାଇ ଦେଇଛି ଭାରତ । ଏହି ବିଜୟ ଫଳରେ ସେମିଫାଇନାଲକୁ ଯିବା ଭାରତ ପାଇଁ ଆହୁରି ସହଜ ହୋଇଯାଇଛି । ଏହି ମ୍ୟାଚରେ ଭାରତ ଆରମ୍ଭରୁ ୧୮୫ରନର ବିଜୟ ଲକ୍ଷ୍ୟ ରଖିଥିଲେ ବି ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ ହେବାରୁ ମ୍ୟାଚକୁ ୧୬ ଓଭରକୁ କମାଇ ଦିଆଯାଇଥିଲା । ବାଂଲାଦେଶକୁ ଏହି ୧୬ ଓଭରରେ ୧୫୧ ରନ ଟାର୍ଗେଟ ଦିଆଯାଇଥିଲା ।

ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ହୋଇଥିବା ଲିଟନ ଦାସଙ୍କୁ ଏକ ଚମତ୍କାର ଥ୍ରୋ କରି ରନ ଆଉଟ କରିଥିଲେ କେଏଲ ରାହୁଲ । ଏହା ପରେ ବାଂଲାଦେଶର ନିୟମିତ ଓ୍ବିକେଟ ପତନ ହୋଇଚାଲିଥିଲା । କିନ୍ତୁ ବାଂଲା ବ୍ୟାଟ୍ସମ୍ୟାନମାନେ ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ । ଶେଷ ଓଭରରେ ବାଂଲାଦେଶ ୨୦ ରନ ଆବଶ୍ୟକ କରୁଥିବାବେଳେ ଅର୍ସଦୀପଙ୍କ ୨ୟ ବଲରେ ଏକ ଛକା ଓ ୫ମ ବଲରେ ଚୌକା ମାରି ନୁରୁଲ ହାସନ ରୋମାଞ୍ଚ ଭରି ଦେଇଥିଲେ । ଶେଷ ବଲରେ ବାଂଲାଦେଶ ୭ ରନ ଆବଶ୍ୟକ କରୁଥିବାବେଳେ ୧ ରନ ହିଁ କରିପାରିଥିଲା ।

Leave A Reply

Your email address will not be published.