ଜୟପୁର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭୁୟସୀ ପ୍ରଶଂସା ସହ ଦର୍ଶକଙ୍କ ହୃଦୟ ଜିତିଲା ‘ଟି’
ଭୁବନେଶ୍ୱର (୧୫ /୦୧) : ରାଜ୍ୟ ତଥା ରାଜ୍ୟ ବାହାରେ ଓଲିଉଡ ଏବେ ଖୁବ୍ ଚର୍ଚ୍ଚାରେ। ବିଶିଷ୍ଟ ନିର୍ଦ୍ଦେଶକ ଜିତେଶ କୁମାରଙ୍କ ନିର୍ଦ୍ଦେଶିତ ‘ଟି’ ଜୟପୁର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୨ ପ୍ରଦର୍ଶିତ ହୋଇ ଜୁରୀ ତଥା ଦର୍ଶକଙ୍କ ହୃଦୟ ଜିତିବା ସହ ରାଜ୍ୟ ପାଇଁ ଗୌରବ ଆଣିଦେଇଛି । ଏହି ଅବସରରେ ସ୍ଵତନ୍ତ୍ର ପଟ୍ଟଭୂମି ଉପରେ ଆଧାରିତ ‘ଟି’ର ନିର୍ଦ୍ଦେଶକ ଜିତେଶ କୁମାର ଏବଂ ଅଭିନେତା ରଣବୀର କାଲସି ପୁରା ଟିମ୍ ‘ଟି’ ପକ୍ଷରୁ ସାର୍ଟିଫିକେଟ୍ ପାଇଛନ୍ତି। ଭାରତରେ ପ୍ରଥମ ଥର ପାଇଁ ଟ୍ରାନ୍ସଜେଣ୍ଡରଙ୍କ ଜୀବନୀକୁ ନେଇ ଏଭଳି ଚଳଚ୍ଚିତ୍ର ନିର୍ମାଣ କରିବାର ସାହସ ପାଇଁ ଉତ୍ସବରେ ଉପସ୍ଥିତ ଥିବା ସିନେମା ଜଗତର ସବୁ ବିଶିଷ୍ଟ ବ୍ୟକ୍ତି ‘ଟି’ର ନିର୍ଦ୍ଦେଶକଙ୍କ ସାହ ପୁରା ଟିମର ଭୁୟସୀ ପ୍ରଶଂସା କରିଥିଲେ ।
ଜିତେଶ କୁମାର ଫିଲ୍ମଜ ଓ ଆର ଆର ଆର ମୋସନ ପିକ୍ଚର୍ସର ପ୍ରଯୋଜନା ତଥା ବିଘ୍ନହର୍ତା ମୁଭିଜ, ମୋହିତ କୁମାର ପୁରୀ ଓ ହିମାଦ୍ରି ତନୟା ଦାସଙ୍କ ସହ ପ୍ରଯୋଜନା ତଥା ଥମ୍ରିତା ମୋହନ୍ ସମ୍ଭୂତି ସୋମା କିରଣ ଜେନା, ରାଜଶ୍ରୀ ମହାପାତ୍ରଙ୍କ ସହ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଦେବାଶିଷ ସାହୁ, ଉଷସୀ ମିଶ୍ର, ହର ରଥ, ରଣବୀର କାଲସି ଓ ପ୍ରସନ୍ନଜିତ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି।
ଏହି ଚଳଚ୍ଚିତ୍ରଟି ଭାରତର ପ୍ରଥମ ଟ୍ରାନଜେଣ୍ଡର୍ ଟାକ୍ସି ଡ୍ରାଇଭର ମେଘନା ସାହୁଙ୍କ ଜୀବନୀ ଉପରେ ଏହି ଚଳଚ୍ଚିତ୍ରଟି ଆଧାରିତ ହୋଇଛି। ପୂର୍ବରୁ ଏହି ଚଳଚ୍ଚିତ୍ର ମୁମ୍ବାଇର ଗୋଲଡେନ୍ ଜୁରି ଫିଲ୍ମ ଫେଷ୍ଟିଭାଲରେ ସର୍ବୋତ୍ତମ ଏଲଜିବିଟି ଚଳଚ୍ଚିତ୍ର ପୁରସ୍କାର ଜିତି ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଏକ ଗୌରବମୟ ପୃଷ୍ଠା ଯୋଡ଼ି ସାରିଛି ।