ପ୍ରାଥମିକ ଶିକ୍ଷକଙ୍କୁ ମିଳିବ ଟ୍ୟାବ୍

0

ଭୁବନେଶ୍ୱର (ଆମ ଟିଭି): ପ୍ରାଥମିକ ଶିକ୍ଷକଙ୍କୁ ମିଳିବ ଟ୍ୟାବ୍। ଶିକ୍ଷାକୁ ଡିଜିଟାଲାଇଜେସନ୍‌‌ କରିବାକୁ ରାଜ୍ୟ ସରକାର ଅଭିନବ ପଦକ୍ଷେପ ନେଇଛନ୍ତି। ଅନଲାଇନ୍‌‌ରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ ଶିକ୍ଷକମାନଙ୍କୁ ଟ୍ୟାବ୍‌ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଥିବା ମୋଟ ୯୬, ୭୧୮ ଶିକ୍ଷକଙ୍କୁ ଏହି ଟ୍ୟାବ୍‌ ଦିଆଯିବା ପାଇଁ ଓଡ଼ିଶା ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାଦ୍ବାରା ୪୧, ୪୪୭ ସ୍କୁଲ ଉପକୃତ ହେବ ବୋଲି ଜଣାଯାଇଛି। ଶିକ୍ଷାଦାନ କ୍ଷେତ୍ର‌ରେ ଏହି ଟ୍ୟାବ୍‌ ଶିକ୍ଷକମାନଙ୍କୁ ବିଭିନ୍ନ ପ୍ରକାର ସହାୟତା କରିବ।

ଏହା ଜରିଆରେ ଶିକ୍ଷକମାନେ ପିଲାଙ୍କ ବୋଧଗମ୍ୟ ହେବା ଭଳି ବିଷୟବସ୍ତୁର ଅଡିଓ-ଭିଡିଓ, ପାୱାର ପଏଣ୍ଟ‌ ପ୍ରେଜେଣ୍ଟେସନ୍‌ ଓ ପିଡିଏଫ୍‌ ତିଆରି କରିପାରିବେ। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୟୁଟ୍ୟୁବ୍‌‌ ଚ୍ୟାନେଲରେ ଥିବା ପାଠ୍ୟ ବିଷୟବସ୍ତକୁ ଏହି ଟ୍ୟାବ୍‌ ଜରିଆରେ ଛାତ୍ରଛାତ୍ରୀଙ୍କୁ ପ୍ରଦର୍ଶିତ କରିପାରିବେ। ହେଲେ ଶିକ୍ଷକମାନେ କୌଣସି ବ୍ୟକ୍ତିଗତ କାର୍ୟ୍ୟରେ ଏହି ଟ୍ୟାବ୍‌ ବ୍ୟବହାର କରିପାରିବେ ନାହିଁ।

Leave A Reply

Your email address will not be published.