ତାଇୱାନକୁ ଚାରିପଟୁ ଘେରି ଗଲାଣି ଚୀନ୍ ସେନା: ବିଶ୍ବଯୁଦ୍ଧ ନେଇ ଆଶଙ୍କା ବଢିଲା

0

ନୂଆଦିଲ୍ଲୀ: ତାଇୱାନକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଶ୍ୱର ଦୁଇ ମହାଶକ୍ତି ଆମେରିକା ଓ ଚୀନ । ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ତାଇୱାନର ତାଇପେଇରେ ପହଞ୍ଚିବା ପରେ ଉତ୍ତେଜନା ବଢି ତାଇୱାନ-ଚୀନ୍ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି । ତାଇୱାନକୁ ଚାରିପଟୁ ଘେରିରହିଛି ଚୀନ ସେନା । କାଲିଠାରୁ ଏଠାରେ ସମରାଭ୍ୟାସ କରିବ ପିପୁଲ୍ସ ଲିବରେସନ ଆର୍ମି । ଗୁଳିଗୋଳା ବର୍ଷଣ ସହ ପୂର୍ଣ୍ଣ କ୍ଷମତାରେ ଅଭ୍ୟାସ କରିବ ଚୀନ୍ ସେନା । ଚୀନର ଲଢୁଆ ବିମାନ ତାଇୱାନ ଆକାଶମାର୍ଗରେ ଘୁରି ବୁଲୁଛି । ଏପରିକି ୨୧ ଥର ତାଇୱାନ ବାୟୁସୀମାରେ ପଶିଲାଣି ଡ୍ରାଗନର ଲଢୁଆ ବିମାନ । ଏଣୁ ବିଶ୍ବଯୁଦ୍ଧ ନେଇ ଆଶଙ୍କା ବଢିଛି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ତାଇୱାନକୁ ଚାରିପଟୁ ଘେରିରହିଛି ଚୀନ ସେନା । ଅଗଷ୍ଟ ୪ରୁ ୭ ଏଠାରେ ସମରାଭ୍ୟାସ କରିବ ପିପୁଲ୍ସ ଲିବରେସନ ଆର୍ମି । ଗୁଳିଗୋଳା ବର୍ଷଣ ସହ ପୂର୍ଣ୍ଣ କ୍ଷମତାରେ ଅଭ୍ୟାସ କରିବ ଚୀନ ସେନା । କୁହାଯାଉଛି ତାଇୱାନକୁ ନେଇ ଚୀନ ଓ ଆମେରିକା ମଧ୍ୟରେ ତିକ୍ତତା ଆଉ ପାଦେ ଆଗେଇଛି । ତେଣୁ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

କିଛିଦିନ ହେଲା ତାଇୱାନର ବାୟୁସୀମାରେ ଯୁଦ୍ଧ ବିମାନ ଉଡାଇବାଠୁ ଆରମ୍ଭ କରି, ଦକ୍ଷିଣ ଚୀନ ସାଗରରେ ଯୁଦ୍ଧପୋତ ମୁତୟନ ଏବଂ ପଦାତିକ ବାହିନୀର ସମରାଭ୍ୟାସ କରିଆସୁଛୁ ଚୀନ ସେନା ପିଏଲଏ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ କରୁଛି ଚୀନ । ଜେ-୨୦ ଭଳି ଲଢୁଆ ବିମାନ ଏବଂ ଡିଏଫ-୧୭ ଭଳି ହାଇପରସୋନିକ ମିଜାଇଲ ମଧ୍ୟ ମୁତୟନ ହୋଇଛି । ଯାହା ୟୁକ୍ରେନ-ରୁଷିଆ ଯୁଦ୍ଧ ପରେ ଚୀନ-ତାଇୱାନ ଯୁଦ୍ଧ ଆଡକୁ ଇସାରା କରୁଛି । ତେବେ ବାରଣ ସତ୍ତେ୍ୱ ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ତାଇୱାନରେ ପହଞ୍ଚିବା ପରେ ଅଧିକ ଚିଡି ଉଠିଛି ବେଜିଂ । ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସିଙ୍କ ବିମାନ ତାଇୱାନ ଆକାଶରେ ପହଞ୍ଚିବା ପରେ ଅତି ଉତ୍ସାହର ସହ ତାଙ୍କୁ ସ୍ୱାଗତ କରିଥିଲେ ତାଇୱାନବାସୀ । ତାଇୱାନର ତାଇପେଇରେ ପହଞ୍ଚିବା ପରେ ନାନ୍ସି ପେଲୋସି କହିଥିଲେ ଯେ, ଗଣତନ୍ତ୍ରକୁ ଆମେରିକାର ସମର୍ଥନ ରହିଛି ।

Leave A Reply

Your email address will not be published.