ଭୁବନେଶ୍ବର (ଆମ ଟିଭି): ଆଜିଠାରୁ ଆରମ୍ଭ ହେଲା ଭୁବନେଶ୍ୱରରେ କାନାରା ବ୍ୟାଙ୍କର ଦୁଇ ଦିନିଆ “ମେଗା ଲୋନ ଏକ୍ସପୋ” । ଏହି ଏକ୍ସପୋ ବ୍ୟାଙ୍କର ଜେନେରାଲ ମ୍ୟାନେଜର ଶ୍ରୀ ବି ଏଲ୍ ମୀନାଙ୍କ ନେତୃତ୍ୱରେ ସର୍କଲ୍ ଅଫିସ୍ ରେ ଆରମ୍ଭ ହୋଇଛି ଓ କାଲି ଏହାର ଅନ୍ତିମ ଦିନ । ଏଥିରେ ରାଜ୍ୟର ପ୍ରତିଷ୍ଠିତ ବିଲ୍ଡର ଏବଂ ନାମୀଦାମୀ ଗାଡିର ଡିଲର ମାନେ ମଧ୍ୟ ଯୋଗଦେଇଛନ୍ତି । ଏକ୍ସପୋରେ ବିଭିନ୍ନ କମ୍ପାନୀ ମାନେ ସେମାନଙ୍କର ନୂତନ ପ୍ରଡକ୍ଟର ପ୍ରଦର୍ଶନ କରୁଛନ୍ତି । ଏହି ମେଗା କାର୍ୟ୍ୟକ୍ରମରେ କାନାରା ବ୍ୟାଙ୍କ ଦ୍ୱାରା ଆପଣ ମାନେ ନିର୍ଦ୍ଵନ୍ଦରେ ଋଣ ସୁବିଧାର ଲାଭ ଉଠାଇ ପାରିବେ।

ଜଣେଇଦେବାକୁ ଚାହୁଁ ଯେ କାନାରା ବ୍ୟାଙ୍କ ଆବାସ ଋଣ, ଗାଡି ଋଣ, ଶିକ୍ଷା ଋଣ ଏବଂ ବନ୍ଧକ ଋଣ ଉପରେ ସମସ୍ତ ଶୁଳ୍କ ଛାଡ କରିଛନ୍ତି । କିନ୍ତୁ ଏହି ଶୁଳ୍କ ଛାଡ ନିଷ୍ପତ୍ତି ସୀମିତ ଅବଧି ପାଇଁ ଧାର୍ୟ୍ୟ । କାନାରା ବ୍ୟାଙ୍କ ନିଜର ଗ୍ରାହକ ଏବଂ ହିତାଧିକାରୀଙ୍କୁ ସର୍ବାଧିକ ଲାଭ ପ୍ରଦାନ କରୁଅଛି । ଗ୍ରାହକଙ୍କ ସ୍ୱାର୍ଥ ଏବଂ ସୁବିଧାକୁ ଦେଖି ବ୍ୟାଙ୍କ କାର୍ୟ୍ୟକ୍ରମ ମାନ ଗ୍ରହଣ କରୁଅଛି । ତେଣୁ ଏହି କାର୍ୟ୍ୟକ୍ରମରେ ଅଧିକରୁ ଅଧିକ ଗ୍ରାହକମାନେ ଯୋଗଦେଇ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସୁବିଧାର ଲାଭ ଉଠାଇବେ ବୋଲି ଆଶା କରାଯାଉଛି । ଆଜିର ଏହି ଉଦ୍ଘାଟନୀ କାର୍ୟ୍ୟକ୍ରମ ୨୪ ରେ, କାନାରା ବ୍ୟାଙ୍କ ଦ୍ୱାରା ଆବାସ ଋଣ, ଗାଡି ଋଣ, ଏବଂ ଶିକ୍ଷା ଋଣ ଭିତ୍ତିରେ ୧୫୦ ଜଣ ଲାଭାର୍ଥୀଙ୍କୁ ମଞ୍ଜୁରି ପତ୍ର ପ୍ରଦାନ କରାଯାଇଛି ।