ଜୀ-ସାର୍ଥକ ‘ରଜ କୁଇନ ୨୦୨୩’ ଅଡିସନ୍ ରେ ଭାଗ ନିଅନ୍ତୁ
ଭୁବନେଶ୍ୱର :୧୧ ବର୍ଷରେ ପଦାର୍ପଣ କଲା ଜୀ-ସାର୍ଥକ ର ଲୋକପ୍ରିୟ ରିଏଲିଟି ଶୋ, ‘ରଜ କୁଇନ୍’, ଆରମ୍ଭ ହେବାକୁ ଯାଉଛି ଅଡିସନ୍ । ଏଥର ରହିଛି ଏକ ବିଶେଷ ସ୍କଲାରସିପ୍ ସେମାନଙ୍କ ପାଇଁ ଯେଉଁ ମାନେ ମନୋରଂଜନ ଜଗତର ଯେକୌଣସି ବିଭାଗରେ ପାରଦର୍ଶିତା ହାସଲ କରିଛନ୍ତି ଓ ସେହି ବିଭାଗରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି , ସେମାନେ ନିଜର ଅନନ୍ୟ କଳା ବା ପାରଦର୍ଶୀତା ପ୍ରଦର୍ଶନ କରି ଏହି ସ୍କଲାରସିପ୍ ର ହକଦାର୍ ହୋଇପାରିବେ । ଏଭଳି ସୁଯୋଗ ଓ ସହଯୋଗ କେବଳ ଜୀ-ସାର୍ଥକ ର ରଜ କୁଇନ୍ ପ୍ରତିଯୋଗୀମାନଙ୍କୁ ମିଳିପାରିବ।
‘ରଜ କୁଇନ ୨୦୨୩’ ପାଇଁ ଅଡିସନ୍ ଖୁବ୍ ଶୀଘ୍ର ଓଡ଼ିଶାର କିଛି ପ୍ରମୁଖ ସହରରେ ଭିନ୍ନ ଭିନ୍ନ ତାରିଖରେ ହେବାକୁ ଯାଉଛି, ଭଦ୍ରକ/ କେନ୍ଦୁଝରରେ ଏପ୍ରିଲ୍ ୮ ତାରିଖରେ, ଭୁବନେଶ୍ଵରରେ ଏପ୍ରିଲ୍ ୯ ତାରିଖରେ, ଯାଜପୁର/ ବାଲେଶ୍ୱରରେ ଏପ୍ରିଲ୍ ୧୫ ତାରିଖରେ, କଟକରେ ଏପ୍ରିଲ୍ ୧୬ ତାରିଖରେ, ଅନୁଗୁଳରେ ଏପ୍ରିଲ୍ ୨୨ ତାରିଖରେ ଓ ରାଉରକଲାରେ ଏପ୍ରିଲ୍ ୨୩ ତାରିଖରେ ହେବାକୁ ଯାଉଛି ।
ରଜକୁଇନ୍ ରେ ଭାଗ ନେବାପାଇଁ ଜୀସାର୍ଥକ ଦେଖିବା ସହ ଜଲଦି ଜୀ-ସାର୍ଥକର ସୋସିଆଲ ମିଡ଼ିଆ ପେଜ୍ ରେ ଯୋଡ଼ି ହୋଇ ନିଜ ସ୍ବପ୍ନକୁ ପୂରଣ କରନ୍ତୁ ।