ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା
ଭୁବନେଶ୍ବର :ଡିଏଭି ପୋଖରୀପୁଟର ଦଶମ ଓ ଦ୍ବାଦଶ ଶ୍ରେଣୀରେ ୯୫ ପ୍ରତିଶତରୁ ଊର୍ଦ୍ଧ୍ଵ ନମ୍ବର ରଖିଥିବା ୧୦୯ (ଦଶମ ୭୮ ଓ ଦ୍ବାଦଶ ୩୧) ଜଣ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଭବ୍ୟ ସମାରୋହକୁ ପଦାର୍ଥ ବିଜ୍ଞାନ
ଅନୁଷ୍ଠାନ,ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର କରୁଣାକର ନନ୍ଦ ପ୍ରଦୀପ ପ୍ରଜ୍ବଳନପୂର୍ବକ ଆନୁଷ୍ଠାନିକ ।ଭାବେ ଉଦ୍ଘାଟନ କରି ‘ବିଜ୍ଞାନ ହିଁ ସମସ୍ତ ସଫଳତାର ପ୍ରଚ୍ଛଦପଟ୍ଟ ନାୟକ’ ବୋଲି ନିଜର ଅଭିଭାଷଣରେ କହିଥିଲେ। ଏହିଅବସରରେବିଦ୍ୟାଳୟର ଶିକ୍ଷୟିତ୍ରୀ/ଶିକ୍ଷକମାନଙ୍କ ଦ୍ବାରା ପରିବେଷିତ ସମୂହ ଗାନ
ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥ ଅତିଥ୍ଙ୍କର ପରିଚୟ ପ୍ରଦାନ ସହ ‘କଠୋର ପରିଶ୍ରମ ହିଁ ସଫଳତାର ମହାମନ୍ତ୍ର’ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଡିଏଭି ଅନୁଷ୍ଠାନ ସମୂହର ସହ ଆଞ୍ଚଳିକ ଅଧିକାରୀ ଡକ୍ଟର ସୁଜାତା ଯୋଗଦାନ କରି ବିଦ୍ୟାର୍ଥୀର ସାଧନା, ଏକାଗ୍ରତା ଓ ନିଷ୍ଠା କେବେ ବିଫଳ ହୁଏନାହିଁ ବୋଲି କହିବା ସହ ସମ୍ବନ୍ଧିତ ମେଧାବୀ
ବିଦ୍ୟାର୍ଥୀଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଅନୁଷ୍ଠାନର
ସଫଳତା ବିବରଣୀ ପାଠ ପୂର୍ବକ ସମାଜର ଅଗ୍ରଣୀ ସେବକ ଭାବେ ନିଜକୁ ଗଢ଼ି ତୋଳିବା ପାଇଁ ବିଦ୍ୟାର୍ଥୀମାନଙ୍କୁ ଆହ୍ଵାନ ଦେଇଥିଲେ। ୟୁ.ପି.ଏସ୍.ସି ପରୀକ୍ଷାରେ ସଫଳତା ଲାଭ କରିଥିବା ଦୁଇଜଣ ପୁରାତନ ଛାତ୍ରୀ ଶୁଭସ୍ନିଗ୍ଧା ସେଠୀ ଓ ପ୍ରଣିତା ଦାଶଙ୍କୁ ମଧ୍ୟ ଉକ୍ତ ଉତ୍ସବରେ ସେମାନଙ୍କ କୃତିତ୍ବ ପାଇଁ ସମ୍ବଦ୍ଧିତ
କରାଯାଇଥିଲା ।