ଅଦାନୀଙ୍କ ପାଇଁ ରଥ ରୋକାଯିବା କଥା ମିଛ; କଂଗ୍ରେସ ଓ ବିଜେଡି ମିଛ ପ୍ରଚାର କରୁଛନ୍ତି: ଆଇନ ମନ୍ତ୍ରୀ

0

ଭୁବନେଶ୍ୱର (ଆମ ଟିଭି):  ଆଜି ଓଡ଼ିଶା ଆସିଛନ୍ତି ରାହୁଲ ଗାନ୍ଧୀ । ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଥିବା ବିଶାଳ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେଇ ରାହୁଲ ଗାନ୍ଧୀ ରଥଯାତ୍ରା ପ୍ରସଙ୍ଗ ଉଠାଇଛନ୍ତି । ସେ କହିଥିଲେ  ଆଦାନୀ ଆଉ ତାଙ୍କ ପରିବାର ପାଇଁ ରଥ ଅଟକାଇ ଦିଆଯାଇଥିଲା ।

ଯାହାର ଜବାବରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ରାହୁଲ ଗାନ୍ଧି ଅବାନ୍ତର କଥା କହୁଛନ୍ତି । ବଳଭଦ୍ରଙ୍କ ରଥ ମୋଡ଼ ନେବା କାରଣରୁ ରଥ ଟଣା ବିଳମ୍ବ ହେଲା। ନା କି ଅଦାନୀଙ୍କ ପାଇଁ ରଥ ରୋକାଗଲା ।  ଅଦାନୀଙ୍କ ପାଇଁ ରଥ ରୋକାଯିବା କଥା ମିଛ । ସବୁ ବର୍ଷ ରଥ ୨ ଦିନରେ ଲାଗେ। କଂଗ୍ରେସ ଓ ବିଜେଡି ମିଛ ପ୍ରଚାର କରୁଛନ୍ତି । ସେ ଆଉ ମଧ୍ୟ କହିଛନ୍ତି କଂଗ୍ରେସ ସମ୍ବିଧାନ ହତ୍ୟା କରିଥିବା ଦଳ, ଏବେ ନାଟକ କରୁଛି ।

Leave A Reply

Your email address will not be published.