ଭିଜିଲାନ୍ସ ଜାଲରେ ତମାଣ୍ଡୋ ଥାନା ଏସଆଇ

0

ଭୁବନେଶ୍ୱର (ଆମ ଟିଭି): ଭିଜିଲାନ୍ସ କବ୍ଜାରେ ପୋଲିସ ଏସଆଇ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ତମାଣ୍ଡୋ ଥାନା ଏସ ଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ସୂଚନା ଅନୁଯାୟୀ, ଭୁବନେଶ୍ୱର ଓ ନୟାଗଡ଼ର ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।

ଭିଜିଲାନ୍ସ ରାଜଧାନୀର ପାଇକନଗରରେ ଥିବା ତାଙ୍କର ଚାରି ମହଲା କୋଠା, ନୟାଗଡ଼ ଜିଲ୍ଲା ରଣପୁର ଥାନାର ନଛିପୁରରେ ଥିବା ପୈତୃକ ବାସଭବନ ଓ ତମାଣ୍ଡୋ ଥାନାର ଅଫିସରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ। ଏହି ଚଢ଼ାଉରେ ୩ଜଣ ଡିଏସପି, ୧୧ ଜଣ ଇନସିପେକ୍ଟର ଓ ୬ଜଣ ଏସ ଆଇ ସାମିଲ ଅଛନ୍ତି । ଖବର ଲେଖାହେବା ପର୍ଯ୍ୟନ୍ତ ଚଢାଉ ଜାରି ରହିଥିଲା ।

Leave A Reply

Your email address will not be published.