ସରକାରଙ୍କୁ ଟାର୍ଗେଟ କରି ଏମିତି କହିଲେ କଂଗ୍ରେସ ବିଧାୟକ

0

ଭୁବନେଶ୍ୱର: ରାଜ୍ୟରେ ଏବେ ଅର୍ଚ୍ଚନା ନାଗର କେଳେଙ୍କାରୀ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି । ତେବେ ଅର୍ଚ୍ଚନା ନାଗର ସତ ସାମନାକୁ ଆସିଲେ ଏ ସରକାର ଭାଙ୍ଗିଯିବ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି । ସେ କହିଛନ୍ତି ଯେ, ଅର୍ଚ୍ଚନା କେଳେଙ୍କାରୀରେ ଶାସକ ଦଳର ବହୁ ନେତା, ମନ୍ତ୍ରୀ ସାମିଲ ଅଛନ୍ତି । ବହୁ ଆଇଏଏସ ଓ ଆଇପିଏସ ଅଫିସର ମଧ୍ୟ ସାମିଲ ଅଛନ୍ତି । ଯେତେ ଲୋକ ସାମିଲ ଅଛନ୍ତି, ସତ ସାମନାକୁ ଆସିଲେ ସରକାର ଭାଙ୍ଗିଯିବ । ଅର୍ଚ୍ଚନାର ଲାପଟପ ଓ ମୋବାଇଲରେ ସବୁ ତଥ୍ୟ ରହିଛି । ପୁଲିସ ତଦନ୍ତ କରି ସବୁ ତଥ୍ୟ ସାମନାକୁ ଆଣୁ ବୋଲି ସନ୍ତୋଷ ସିଂ ସାଲୁଜା କହିଛନ୍ତି ।

ପ୍ରକାଶଯେ ଅର୍ଚ୍ଚନା ନାଗ ଫାଶରେ ଏବେ ୨୫ରୁ ଅଧିକ ନେତା ଥିବା ଚର୍ଚ୍ଚା ହେଉଛି । ସମ୍ପୃକ୍ତ ୨୫ ନେତାଙ୍କ ମଧ୍ୟରେ ୧୮ ଜଣ ବିଧାୟକ ଥିବା ଚର୍ଚ୍ଚା ହେଉଛି । ୧୮ ବିଧାୟକଙ୍କ ମଧ୍ୟରେ ଅଧିକାଂଶ ଶାସକ ଦଳର ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେବେ ସବୁଠାରୁ ବଡ଼ କଥା ହେଲା ଯେ ଅର୍ଚ୍ଚନାର ନାଗ ଫାଶରେ ୩ ମନ୍ତ୍ରୀ ବି ପଡ଼ିଥିବା ଅଭିଯୋଗ ହୋଇଛି । ବିଜେପିର ବରିଷ୍ଠ ନେତା ବାବୁ ସିଂ ଏଭଳି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ୧୮ରୁ ଅଧିକ ବିଧାୟକଙ୍କ ମଧ୍ୟରେ ୩ ଜଣ ମନ୍ତ୍ରୀ ବି ଅଛନ୍ତି । ଅର୍ଚ୍ଚନାଙ୍କ ଘରକୁ ଶାସକ ଦଳର ବହୁ ଯୁବ ନେତା ଯାଉଥିଲେ । ଶାସକ ଦଳ ସାମିଲ ଥିବାରୁ ପୁଲିସ ଜାଣିଶୁଣି ଘଣ୍ଟ ଘୋଡ଼ାଉଛି । ଅର୍ଚ୍ଚନାର ସ୍ୱାମୀ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ରହିଛନ୍ତି ବୋଲି ଶ୍ରୀ ସିଂ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.