ଆସନ୍ତାକାଲିଠାରୁ ଭାରତୀୟ ଆମଦାନୀ ଉପରେ ଲାଗୁ ହେବ ଟାରିଫ, ବିଜ୍ଞପ୍ତି ଜାରି କଲା ଆମେରିକା
ନୂଆଦିଲ୍ଲୀ (ଆମ ଟିଭି): ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିବା ପାଇଁ ଏକ ସରକାରୀ ବିଜ୍ଞପ୍ତି ଜାରି କରିଛି ଆମେରିକା । ଅଗଷ୍ଟ ୨୭ ତାରିଖରୁ ଭାରତୀୟ ଆମଦାନୀ ଉପରେ ୫୦% ଶୁଳ୍କ ଲାଗୁ କରିବାକୁ ଧମକ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ଭାରତୀୟ ଆମଦାନୀ ଉପରେ ଲାଗୁ କରିଥିବା ୫୦% ଶୁଳ୍କର ଅଧା ଏହି ମାସ ଆରମ୍ଭରେ କାର୍ଯ୍ୟକାରୀ ହୋଇଛି । ବାକି ଅଧା ଶୁଳ୍କ ଯାହା ୨୭ ଅଗଷ୍ଟ ୨୦୨୫ ପ୍ରାୟ ୧୨:୦୧ ରୁ କାର୍ଯ୍ୟକାରୀ ହେବ । ରୁଷଠାରୁ ଭାରତ ତେଲ କିଣିବାରୁ ଏପରି ପଦକ୍ଷେପ ନେଇଛି ଆମେରିକା । ଯାହା ଭାରତ ରୁଷଠାରୁ କିଣି ୟୁକ୍ରେନ୍ ଯୁଦ୍ଧ ପାଇଁ ପାଣ୍ଠି ଯୋଗାଉଛି ।
ଏହା ସହିତ ଟ୍ରମ୍ପ ଚୀନ୍ ସହିତ ତାଙ୍କ ସମ୍ପର୍କକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଆମେରିକାର ଚୀନ୍ ସହିତ ଏକ ଭଲ ସମ୍ପର୍କ ରହିବ । ସେ କହିଛନ୍ତି ଯେ ଚୀନ୍ ସହିତ ଆମର ସମ୍ପର୍କ ବହୁତ ଭଲ ହେବ । ଏହାରି ମଧ୍ୟରେ ଭାରତ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଦୃଢ଼ ବିରୋଧ କରିଥିଲା । ଭାରତ କହିଥିଲା ଯେ, ୟୁରୋପୀୟ ଦେଶମାନେ ଭାରତ ଅପେକ୍ଷା ଚୀନ୍ ସହିତ ଅଧିକ ବ୍ୟବସାୟ କରନ୍ତି । ଆହୁରି ମଧ୍ୟ ଭାରତ କହିଥିଲା ଯେ, ଆମେରିକା ମଧ୍ୟ ରୁଷରୁ କିଛି ଜିନିଷ କିଣେ । ଏଥି ସହିତ ଚୀନ ରୁଷରୁ ତେଲ କିଣିବା ସତ୍ତ୍ବେ ଆମେରିକା ଏହା ବିରୁଦ୍ଧରେ ଏପରି କୌଣସି ପଦକ୍ଷେପ ନେଇନାହିଁ ।
ଅନ୍ୟପଟେ ଔଷଧ, ସେମିକଣ୍ଡକ୍ଟର ଏବଂ ଶକ୍ତି ସମ୍ପଦ ଭଳି କିଛି କ୍ଷେତ୍ର ଶୁଳ୍କରୁ ମୁକ୍ତ ରଖିଛି । ଭାରତର ୮୭ ବିଲିୟନ ଡଲାର ମୂଲ୍ୟର ଆମେରିକାର ରପ୍ତାନି, ଯାହା ଦେଶର GDPର ୨.୫%, ଶୁଳ୍କର ପ୍ରଭାବ ପଡିପାରେ । ଯେଉଁଥିରେ କପଡା, ମଣି ଏବଂ ଅଳଙ୍କାର, ଚମଡା, ସାମୁଦ୍ରିକ ଉତ୍ପାଦ, ରାସାୟନିକ ପଦାର୍ଥ ଏବଂ ଅଟୋ ପାର୍ଟସ ଭଳି କ୍ଷେତ୍ରଗୁଡ଼ିକ ବିଶେଷ ଭାବରେ ପ୍ରଭାବିତ ହେବ ।