ନୂଆଦିଲ୍ଲୀ(ଆମ ଟିଭି): ଟାଟା ଷ୍ଟିଲ କମ୍ପାନୀ ଟାଟା ଷ୍ଟିଲ ନେଦରଲ୍ୟାଣ୍ଡ୍ସରେ ଥିବା ପ୍ଲାଣ୍ଟରୁ ୮୦୦ କର୍ମଚାରୀ ଛଟେଇ କରିବାକୁ ଯାଉଛି। ଆମଷ୍ଟରଡାମଠାରୁ ୩୦ କିଲୋମିଟର ଦୂରରେ ଥିବା ଏହି ପ୍ଲାଣ୍ଟରେ ପ୍ରାୟ ୯୨୦୦ କର୍ମଚାରୀ କାର୍ୟ୍ୟ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଟାଟା ଷ୍ଟିଲର ଡଚ୍ ୟୁନିଟ୍ ଏହାର ବିବୃତ୍ତିରେ କହିଛି ଯେ ବଜାରରେ ନିଜର ସ୍ଥିତିକୁ ସୁଦୃଢ କରିବା ଏବଂ ଖର୍ଚ୍ଚ ହ୍ରାସ କରିବା ପାଇଁ କମ୍ପାନୀ ଅନେକ ଉଦ୍ୟମ କରିଛି। କିନ୍ତୁ ଏସବୁ ଦିଗରେ ଅଧିକ କାର୍ୟ୍ୟ କରିବା ଆବଶ୍ୟକ।
କମ୍ପାନୀ କହିଛି ଯେ ସ୍ୱଚ୍ଛ ପରିବେଶ ଦୃଷ୍ଟିରୁ ପରିବର୍ତ୍ତନ ପାଇଁ କମ୍ପାନୀରେ ଗୁରୁତ୍ୱପୂର୍ଣ୍ଣ ବିନିଯୋଗ କରାଯାଇଛି ଏବଂ ଆଗାମୀ ଦିନରେ ଅଧିକ ପୁଞ୍ଜି ବିନିଯୋଗ କରାଯିବ।ତେବେ ଡଚ ୟୁନିଟରେ ରିଷ୍ଟ୍ରକ୍ଚରିଂର ପ୍ରଭାବ ମ୍ୟାନେଜର ଏବଂ ସହଯୋଗୀ କର୍ମଚାରୀ ମାନଙ୍କ ଉପରେ ପଡିବ।