ଆଜି ବି ରେକର୍ଡ ଭାଙ୍ଗିଲା ତାତି

0

ଅସହ୍ୟ ତାତିରେ ଲାଗୁନି ବ୍ରେକ୍‌। ସୂର୍ଯ୍ୟକୋପରେ ଜଳୁଛି ପୂରା ଓଡ଼ିଶା। ଉପକୂଳରୁଠୁ ଉପାନ୍ତ ଯାଏ ସବୁଠି ହେଉଛି ନିଆଁ ବର୍ଷା। ତତଲା କଡ଼େଇରେ ସିଝି ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ। ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଆଜି ୩ଟି ସହରକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ସେହି ସହର ଗୁଡ଼ିକ ହେଲା ଭୁବନେଶ୍ୱର, କଟକ ଓ ବାଲେଶ୍ୱର।

ସେହିପରି ସିଭିୟର ହିଟ୍ ୱେଭ ନେଇ ୯ଟି ଜିଲ୍ଲାକୁ ୱାର୍ଣ୍ଣିଂ କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୋଳ ଓ କଟକ।

ଅନ୍ୟପକ୍ଷରେ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟର ଦିନ ତାପମାତ୍ରା ୪୪ଡିଗ୍ରୀ ପାର କରିଛି। ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୪୪.୧ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୪୩.୬, ଝାରସୁଗୁଡ଼ା ୪୨.୫, କେନ୍ଦୁଝର ୪୧.୪, ଚାନ୍ଦବାଲି ୪୧.୨, ରାଉରକେଲା ୪୦.୪, ହୀରାକୁଦ ୩୯.୯ ସମ୍ବଲପୁର ୩୯.୮, ପୁରୀ ୩୪.୪, ପାରାଦୀପ ୩୩.୬ ଓ ଗୋପାଳପୁରରେ ୩୩.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.