ସମ୍ବଲପୁରରେ ବଢୁଛି ତାତି

0

ସମ୍ବଲପୁର: ବଢ଼ୁଛି ସମ୍ବଲପୁର ସହରର ତାପମାତ୍ରା। ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରି ଉପରେ ପାରଦ। ମଙ୍ଗଳବାର ସମ୍ବଲପୁର ସହରର ତାପମାତ୍ରା ୩୯.୪ ଡିଗ୍ରି ରେକର୍ଡ ହୋଇଛି। ସୋମବାର ସହରର ତାପମାତ୍ରା ୩୮.୫ ଡିଗ୍ରି ରହିଥିବା ବେଳେ ମଙ୍ଗଳବାର ପାଖାପାଖି ୧ ଡିଗ୍ରି ବୃଦ୍ଧି ପାଇଛି। ସକାଳ ୧୦ଟାରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା ସହ ଗୁଳୁଗୁଳି ମଧ୍ୟ ଆରମ୍ଭ ହୋଇଛି। ଗାମୀ ୫ ଦିନ ପର୍ଯ୍ୟନ୍ତ ସକାଳ ୧୦ରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ପିକ୍ ଆୱାର ଘୋଷଣା କରାଯାଇଛି। ରାତି ତାପମାତ୍ରା ବି ଆଗାମୀ ୫ ଦିନ ଯାଏଁ ୨ରୁ ୩ ଡିଗ୍ରି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କହାଯାଇଛି।

ଏହି ସମୟରେ ଅତି ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ଅନୁରୋଧ କରାଯାଇଛି। ବାହାରକୁ ଆସିଲେ ଛତା, ପାଣି ବୋତଲ ସାଙ୍ଗରେ ନେବାକୁ ଅନୁରୋଧ କରାଯାଇଛି। ଅନ୍ୟପଟେ ବଢ଼ୁଥିବା ଖରାକୁ ଦେଖି ମଙ୍ଗଳବାର ଠାରୁ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି। ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲିବ। ସକାଳ ୭ଟାରୁ ପୂର୍ବାହ୍ଣ ୧୧ଟା ୩୦ ଯାଏ ସ୍କୁଲରେ ଛାତ୍ରଛାତ୍ରୀମାନେ ପାଠପଢ଼ିବେ।

 

Leave A Reply

Your email address will not be published.