ବାରବାଟିରେ ନିରାଶ କଲା ଟିମ୍ ଇଣ୍ଡିଆ, ୪ ଓ୍ବିକେଟରେ ବାଜି ଜିତିଲା ଦକ୍ଷିଣ ଆଫ୍ରିକା
କଟକ(ଆମ ଟିଭି): ବାରବାଟିରେ ନିରାଶ କଲା ଟିମ୍ ଇଣ୍ଡିଆ, ୪ ଓ୍ବିକେଟରେ ବାଜି ଜିତିଲା ଦକ୍ଷିଣ ଆଫ୍ରିକା। କିନ୍ତୁ କମାଲ କଲେ ଭୁବନେଶ୍ବର କୁମାର । ୧୪୯ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୬ ଓ୍ବିକେଟ ହରାଇ ୧୦ଟି ବଲ ବାକିଥାଇ ବିଜୟୀ ହୋଇଛି । ଫଳରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୦-୨ରେ ଆଗୁଆ ହୋଇଯାଇଛି ଦକ୍ଷିଣ ଆଫ୍ରିକା ।ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିବା ଭାରତ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ଭାରତ । କିନ୍ତୁ ୧୪୯ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ସହଜ ବିଜୟ ହାସଲ କରିଛି ।
ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ଓପନର ଋତୁରାଜ ଗାୟକଓ୍ବାଡ ଫେଲ ମାରିଥିଲେ । ମାତ୍ର ୧ ରନ କରି ପ୍ୟାଭିଲିୟନ ଫେରିଥିଲେ ଋତୁରାଜ । ଅନ୍ୟପଟେ ଇଶାନ କିଷାନ ୨୧ ବଲରୁ ୩୪ରନର ଦର୍ଶନୀୟ ଇନିଂସ ଖେଳିଥିଲେ । ଶ୍ରେୟସ ଆୟର ୩୫ ବଲ ଖେଳି ଉପଯୋଗୀ ୪୦ ରନର ଇନିଂସ ଖଳିଥିଲେ । ପରେ ଅଧିନାୟକ ଋଷଭ ପନ୍ତ କିନ୍ତୁ ନିରାଶ କରିଥିଲେ । ସେ ମାତ୍ର ୫ ରନ କରି ଆଉଟ ହୋଇଥିବା ବେଳେ ହାର୍ଦ୍ଧିକ ପାଣ୍ଡ୍ୟା ୯ରନ, ଅକ୍ଷର ପଟେଲ ୧୦ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ବେଷ୍ଟ ଫିନିସର୍ କୁହାଯାଉଥିବା ଦିନେଶ କାର୍ତ୍ତିକ ମଧ୍ୟ ଫେଲ ମାରିଥିଲେ । କାର୍ତ୍ତିକ ୨୧ ବଲରୁ ୩୦ ରନ କରି ଅପରାଜିତ ଥିବାବେଳେ ହର୍ଷଲ ପଟେଲ ୧୨ରନକରି ଅପରାଜିତ ଥିଲେ । ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଧିନାୟକ ଟେମ୍ବା ବାଭୁମା ୩୦ ବଲ ଖେଳି ୩୫ ରନ କରି ଆଉଟ ହୋଇଛନ୍ତି । ସେହିଭଳି ରିଜା ହେନଣ୍ଡ୍ରିକ୍ସ ୪ରନ, ଡ୍ବେନ୍ ପ୍ରିଟୋରିୟସ୍ ୪ରନ, ରାସେ ଭାନ୍ ଡର୍ ଦୁସେନ ୧ରନ କରି ଆଉଟ ହୋଇଛନ୍ତି । ଦକ୍ଷିଣ ଆଫ୍ରିକ ପକ୍ଷରୁ ହେନରିଚ୍ କ୍ଲସେନ୍ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୪୬ ବଲ ଖେଳି ୭ ଚୌକା ଏବଂ ୫ଟି ଛକା ସହାୟତାରେ ୮୧ ରନ, ଓ୍ବେନ୍ ପାର୍ନେଲ୍ ୧ ରନ କରି ଆଉଟ ହୋଇଛନ୍ତି । ଡେଭିଡ୍ ମିଲର ୧୭ରନ ଏବଂ କାଗିସୋ ରାବାଡା ୦ ରନ କରି ଅପରାଜିତ ଅଛନ୍ତି।
ଭାରତ ପକ୍ଷରୁ ଭୁବନେଶ୍ବର କୁମାର ଆରମ୍ଭରୁ ଘାତକ ବୋଲିଂ କରି ଦକ୍ଷିଣ ଆଫ୍ରିକାର ଟପ୍ ଅର୍ଡରକୁ ଧରାଶୟୀ କରିଥିଲେ । କିନ୍ତୁ ପରେ କ୍ଲାସେନ୍ କମାଲ କରିଥିଲେ । ଭୁବନେଶ୍ବର କୁମାର ୪ ଓଭର ବୋଲିଂକରି ମାତ୍ର ୧୩ରନ ରନ ଦେଇ ସର୍ବାଧିକ ୪ଟି ଓ୍ବିକେଟ ନେଇଛନ୍ତି । ସେହିଭଳି ଆବେସ୍ ଖାନ ୩ ଓଭରରେ ୧୭ରନ, ହାର୍ଦ୍ଧିକ ପାଣ୍ଡ୍ୟା ୩ ଓଭରରେ ୩୧ରନ, ୟୁଜବେନ୍ଦ୍ର ଚହଲ ୪ ଓଭରରେ ୪୯ରନ ଦେଇ ଗୋଟିଏ ଓ୍ବିକେଟ, ହର୍ଷଲ ପଟେଲ ୩ ଓଭରରେ ୧୭ରନ ଦେଇ ଗୋଟିଏ ଓ୍ବିକେଟ ଏବଂ ଅକ୍ଷର ପଟେଲ ୧ ଓଭର ବୋଲିଂକରି ୧୯ରନ ଦେଇଛନ୍ତି । ଶ୍ରେୟସ୍ ଆୟର ୦.୨ ଓଭରରେ ୨ ରନ ଦେଇଛନ୍ତି ।