ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ଋଷଭ ପନ୍ତଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବଞ୍ଚିଲା ଜୀବନ

0

ଡେରାଡୁନ: ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ଋଷଭ ପନ୍ତ ଆଜି ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କ ମର୍ସିଡିଜ୍‌ କାର୍‌ ଉତ୍ତରାଖଣ୍ଡର ରୁର୍କୀରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଡିଭାଡରରେ ପିଟି ହୋଇ କାର୍‌ରେ ନିଆଁ ଲାଗିଯାଇଥିଲା। ନିଆଁରେ ପୋଡ଼ି ହୋଇ କାର୍‌ଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲେ ହେଁ ପନ୍ତ ସୁରକ୍ଷିତ ରହିଛନ୍ତି।

ଅବଶ୍ୟ ତାଙ୍କ ମୁଣ୍ଡ, ପିଠି ଓ ଆଣ୍ଠୁରେ ଆଘାତ ଲାଗିଛି। ତଥାପି ସେ ବିପଦ ମୁକ୍ତ ରହିଛନ୍ତି। ଠିକଣା ସମୟରେ ଉପସ୍ଥିତ ବୁଦ୍ଧି ହିଁ ପନ୍ତଙ୍କୁ ବଡ଼ ଅଘଟଣରୁ ରକ୍ଷା କରି ଦେଇଛି। ସେ ଜଳନ୍ତା କାର୍‌ର ଝରକା ଭାଙ୍ଗି ଠିକ୍‌ ସମୟରେ ବାହାରକୁ ଡେଇଁ ପଡ଼ିବାରୁ ବଡ଼ ବିପଦରୁ ରକ୍ଷା ପାଇଯାଇଛନ୍ତି। ଆହତ ସତ୍ତ୍ୱେ ମଧ୍ୟ ସାହାସର ସହ ପନ୍ତ ଝରକା କାଚ ଭାଙ୍ଗିବାକୁ ସକ୍ଷମ ହୋଇଥିବାରୁ ତାଙ୍କ ଜୀବନ ବଞ୍ଚି ଯାଇଛି।

Leave A Reply

Your email address will not be published.